STORYMIRROR

Biswanath Nayak

Inspirational

3  

Biswanath Nayak

Inspirational

ନିଷିଦ୍ଧ ଇଲାକା ---------

ନିଷିଦ୍ଧ ଇଲାକା ---------

1 min
328

ବେଳେବେଳେ

ମୋ ମନରେ କଷ୍ଟ ହୁଏ

କେହି ମୋତେ

ବୁଝିଲେନି ବୋଲି,

ମୋ ଅନ୍ତରର କ୍ଷତରେ

ସ୍ନେହର ପରଶ ଟିକେ

ଦେଲେ ନାହିଁ ବୋଲି,

ମୋ ମନର ଅଗଣାକୁ,

ମନଖୋଲା ହସ ହସି

ଆସିଲେନି ବୋଲି

ତାହେଲେ କାହିଁକି ଆଜି,

ମୁଁ ଏକ କଷ୍ଟ ଶବ୍ଦ

ଏ ଦୁନିଆ ପାଇଁ

କାହିଁକି ମୁଁ ଆଜି ଏକ

ନିଷିଦ୍ଧ ଇଲାକା

ଦୁନିଆର ସମସ୍ତଙ୍କ ପାଇଁ

ବୋଧେ ମୋର ଆଚରଣ

ଆଉ କର୍ତ୍ତବ୍ୟରେ,

ମୋତେ ବୁଝିବା ପାଇଁକି

ସୁଯୋଗ ମୁଁ ଦେଇନାହିଁ

ଏହି ଦୁନିଆକୁ

ଖୋଲା କରିପାରିନାହିଁ

ଦୁନିଆର ସମସ୍ତଙ୍କ ପାଇଁ

ମୋ ମନର ବନ୍ଦ ଦରଜାକୁ

ଛିଡା କରାଇଛି ମୁହିଁ

ଗର୍ବ ଓ ଅହଂକାରର 

ଦୁର୍ଭେଦ୍ୟ ପ୍ରାଚୀର

ଦୁନିଆ ଓ ମୋହରି ଭିତରେ,

ସେ ପ୍ରାଚୀର ବାହାରେ ହୁଏତ

ସାରା ଦୁନିଆ ମୋ ପାଇଁ

କରିଛି ଅପେକ୍ଷା

ସ୍ନେହ ପରଶ ଦେବାକୁ

ମୋ ମନର ଗଭୀର କ୍ଷତରେ

କିନ୍ତୁ

ଯେଉଁ ଅହଂକାର ଗର୍ବର ପ୍ରାଚୀର

ଗଢିଛି ମୁଁ ନିଜେ ନିଜହାତେ,

ଚାହିଁଲେବି ଏ ଦୁନିଆ

ତାକୁ ଡେଇଁ ଆସି ପାରୁନାହିଁ

ତେଣୁ ତାକୁ ନିଜେ ମୋତେ 

ଭାଙ୍ଗିବାକୁ ହେବ,

ସ୍ନେହ,ଭଲପାଇବାର 

ନୀହାଣ ଓ ହାତୁଡି ଲଗାଇ

ପ୍ରେମର କୁଡିଆଟିଏ

ତୋଳିବାକୁ ହେବ ମୋତେ

ମୋ ହୃଦର ନିଷିଦ୍ଧ କନ୍ଦରେ

ମନର ଦରଜା ଖୋଲି

ସମସ୍ତଙ୍କୁ ସେ ଘରକୁ

ଡାକିବାକୁ ହେବ

ହସି ହସି ଖୋଲା ହୃଦୟରେ

ତାହେଲେ ନିଶ୍ଚୟ

ମୋତେ ବୁଝିଯିବ ଏ ଦୁନିଆ,

ବାକି ଏହି ଜୀବନଟା ପାଇଁ

ମୁଁ ହେବିନି କଷ୍ଟଶବ୍ଦ

ଆଉ ଏକ ନିଷିଦ୍ଧ ଇଲାକା

ଏହି ସାରା ଦୁନିଆଟା ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational