STORYMIRROR

DR SAMIR RANJAN BEHERA

Abstract Inspirational

3  

DR SAMIR RANJAN BEHERA

Abstract Inspirational

ନିସଙ୍ଗ ଜୀବନ

ନିସଙ୍ଗ ଜୀବନ

1 min
198


ନିସଙ୍ଗ ଜୀବନ ଛାତି ଭରା କୋହ,

ଅସଜଡ଼ା ମନ ଆଉ ଆଖିଏ ଲୁହ,

ଏକ ଅଦୃଶ୍ୟ ପଥର ପଥିକ,

ଦିଗ ଭ୍ରଷ୍ଟ ଠିକଣା ବିହୀନ,

ମରୀଚିକା ଆଉ ଅବଶୋଷ ll1ll

ଅଗ୍ନି ର ପଥ ପ୍ରହେଳିକା ଏ କୁହୁଡି, 

କ୍ଲାନ୍ତ ଅବିଶ୍ରାନ୍ତ ଆଉ ଅସରନ୍ତି ଦିଗନ୍ତ,

ହୁତାଶନ ଆଉ ଅଭିଶପ୍ତ,

ଧୁ ଧୁ ମରୁବାଲି କାଳପିଶାଚ ର ଭୟ,

ନିସାହାର ଶକ୍ତିହୀନ ଜ୍ୱଳନ୍ତ ହୃଦୟ ll2ll

ନିରାଶ ଆଲୋକ ଦୋ ଛକି ର ଜୀବନ,

ଅର୍ଦ୍ଧ ଦଗ୍ଧ ହୃଦୟ ଅସ୍ପଷ୍ଟ ସ୍ପନ୍ଦନ,

ମିଥ୍ୟା ଆଶ୍ୱାସନା ଆଉ ମିଥ୍ୟା ଭରୋସା,

ଜର୍ଜରିତ ପ୍ରାଣ ଆଉ ଅସହ୍ୟ ସପନ ,

ଫୁଟପାଥ ର ଆହ୍ୱାନ

ବଂଚିବା ପାଇଁ ଫରକ ନଥାଏ ମଣିଷ ଆଉ ଶ୍ଵାନ ll3ll

ନିରବଦ୍ରଷ୍ଟା ନୀରବତା ପ୍ରାଣ,

ଭୈରବ ର ସ୍ୱର ଦାନଵ ଚିତ୍କାର,

ହୁତ ହୁତ ହେଇ ଜଳୁଛି ଜିଅନ୍ତା ଶବ,

ସାହା ନାହିଁ ସାଥି ନାହିଁ,

ଚାଲିବାକୁ ହେବ  ତୋତେ ଏକା ଏକା

ଏକ ନିସଙ୍ଗ ପଥିକ

ନିଃସଙ୍ଗ ଜୀବନ

ନିଃସଙ୍ଗ ଜୀବନ ll4l।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract