STORYMIRROR

padmaja pati

Action

4  

padmaja pati

Action

ନିଶୀଥର ତୀର୍ଥଙ୍କର

ନିଶୀଥର ତୀର୍ଥଙ୍କର

1 min
400


ନିଶୀଥିନୀସହ କରିଥିଲି ଚୁକ୍ତି

ହେବ ତା' ସହ ମିଳନ

ହୋଇଥିଲା ସ୍ଥିର ମିଳନସ୍ଥଳୀଟି

ରସାତଳ ସେହି ସ୍ଥାନ।


ବିଭୁଙ୍କ ଅମର ଜ୍ୟୋତି ମୋର ବକ୍ଷେ

ବହି ଅଗ୍ରସର ପଥେ

ହୃଦୟରେ ଭରି ଭରସା, ବିଶ୍ୱାସ

ଆଲୋକ, ଆନନ୍ଦ ସାଥେ।


ନିବିଡ଼ ତମସା ଅନ୍ଧକାରରେ

ଯା ' ଅନ୍ତର ଭରପୂର

ମନେ ଆଣେ ଭୀତି ତଥାପି ଚାହୁଁଛି

ଜିଣିବାକୁ ତା ' ଅନ୍ତର।


ଦେବୋପମ ଆତ୍ମା ମୋର ଉଲ୍ଲସିତ

ଚିର ପ୍ରଶାନ୍ତ ଉଦାର

ପ୍ରଭାସିତ ମନ ତେଜି ମୁଁ ଆସିଲି

ଯେ ଥିଲା ମୋର ସମ୍ଭାର।


ଅତିକ୍ରମ କରି ବିସ୍ତୀର୍ଣ୍ଣ,ମଳିନ

ପଥ ଚାଲିଲି ଆଗକୁ

ଭେଟିଲି ଧୂସର ତୀର ଦେଖେ ତହିଁ

ଅଜ୍ଞାନ ଜଳକ୍ରୀଡାକୁ ।


କର୍ଦ୍ଦମାକ୍ତ ପଥେ ଚାଲି ଚାଲି ବ୍ୟସ୍ତ

ଲାଗେ ଭାରି କ୍ଳାନ୍ତିକର

ହେମାଳ ଲହଡ଼ି ଥରାଏ ପରାଣ

ପରିସ୍ଥିତି ଭୟଙ୍କର।


ଦେବମୂର୍ତ୍ତିଙ୍କର ମିଳେନାହିଁ ଦେଖା

କାହିଁଗଲେ ଜ୍ୟୋତିର୍ମୟୀ

କାଳାତୀତ ସେହି ,ଗଲେ କି ଉଭେଇ

ମନୋହାରିଣୀ, ଶ୍ରୀମୟୀ ।


ନିଃଶବ୍ଦ ଇଲାକା ପରି ଲାଗୁଅଛି

ଅପୂର୍ଣ୍ଣତା କୋଣେ କୋଣେ

ଭାସି ଆସେ ନାହିଁ ସରଗବାସୀଙ୍କ

ଶବଦ ବି ଗଲା କେଣେ ।



ଭାବୁଛି ତଥାପି ମୋର ପଦଚିହ୍ନ

ଚିହ୍ନିତ ପଥ ଦିଗରେ

ନୁହେଁ ଲକ୍ଷ୍ୟଭ୍ରଷ୍ଟ, ଲକ୍ଷ୍ୟ ଅମରତ୍ଵ

ଯାତ୍ରୀ ଅମର ପଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action