STORYMIRROR

Pranati Mahapatra

Romance

3  

Pranati Mahapatra

Romance

ନିଶିଗନ୍ଧା ୩

ନିଶିଗନ୍ଧା ୩

1 min
166


ଲୁହରେ ଲେଖୁଛି କବିତା ତୁମକୁ

  ଲହୁରେ ମୋ ଶେଷ ଚିଠି,

ବସିବା ସ୍ଥାନରୁ ଆସିବୁ ତୁ ନିଶ୍ଚେ

  ପଢିବାକୁ ମୋର ଚିଠି,

କରିଦେଲୁ ଭିନ୍ନ ସୃଷ୍ଟି

ବୁଝିଲୁନି ମନ କରିଲୁ କ୍ଷତାକ୍ତ

ଖଣ୍ଡ ଖଣ୍ଡ କଲୁ କାଟି।


ସହିଗଲୁ ସିନା ହସିହସି ତୁହି 

  ଛାତିଗଲା ମୋର ଫାଟି,

ଜଳିଗଲା ମୋର ହୃଦୟ ସିନ୍ଦୁକ

ତୋ ଦ୍ଵାରେ ପଡିଲା ତାଟି,

ଖୋଲିଲୁନି ତୋର ପାଟି

କେମିତିକା ଭଲ ପାଇଲୁ ହେ ସାଥି

 ଛଳନାର ପ୍ରେମ ମାଟି।


ବିଶ୍ବାସର ବତା ଛଳନା ନିଆଁରେ

ପୋଡି ପାଉଁଶ କରିଲୁ,

ପ୍ରେମର ମାଟିକୁ ଘୃଣାର ପାଣିରେ

ଧୋଇ ଭସାଇଣ ଦେଲୁ,

ବାୟାବସାକୁ ମିଛ ଝଡ଼ବତାସରେ

ମିଛ ଅପବାଦେ ରାଜରାସ୍ତା ପରେ

କେତେ ପୁରସ୍କାର ଦେଲୁ।


କଳଙ୍କିତ ନୁହେଁ କଳଙ୍କ ମୋକଟ

  ମଥାରେ ପିନ୍ଧାଇ ଦେଲୁ,

ନିଶିଗନ୍ଧା ନିତି ନିଶିରେ ତ ଆସେ

 ଲକ୍ଷ୍ମଣ ଗାର ଟାଣିଲୁ,

ମରୀଚିକା ସଜେଇଲୁ

ଝଲମଲ ଏହି ରୂପର ସହରେ

କା'ମୋହରେ ମୋହିଗଲୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance