STORYMIRROR

Surjyakanta Dash

Romance Others

3  

Surjyakanta Dash

Romance Others

ନିଶ୍ଚଳ ଅପେକ୍ଷା

ନିଶ୍ଚଳ ଅପେକ୍ଷା

1 min
209


କାହିଁକି କେମିତି କେଜାଣି

ବଞ୍ଚିବାକୁ ଇଚ୍ଛା ଆଜି କିଛି କ୍ଷଣ,

ସେଥିପାଇଁ ବୋଧେ ଏହି ଅପରାହ୍ନରେ

ଖୋଜୁଛି ତୁମକୁ ମୋ ପ୍ରାଣ ।।

ଆସିଯାନ୍ତ ଯଦି ଦେଖି ମୁଁ ଦିଅନ୍ତି

ଉଡ଼ିବା ପୂର୍ବରୁ ପ୍ରାଣ ପକ୍ଷୀ,

ପଞ୍ଜୁରୀ ଭିତରେ ରହି କେତେ ଝୁରିହେବି

ତୁମକୁ ଖାଲି ମୋ ସଖି ।।

କେତେ ମୁଁ ଖୋଜିଛି କୋଣେ ଅନୁକୋଣେ

ଯୋଛନା ଜହ୍ନ ରାତ୍ରୀରେ,

ତଥାପି ସେ ଜହ୍ନ ମଳିନ ପଡ଼ିଛି

ଆଉ କାହା କାମନା ତୃପ୍ତିରେ ।।

ଥିଲା ଆମ ପ୍ରେମ ଭଙ୍ଗା ଗଢା ଖେଳ

ଭୁଲି କି ପାରିବି କୁହ,

ମୋ ଓଠର ହସ ଦେଖିଦେଲେ ତୁମେ

ଭରିଦିଅ ମାୟା ମୋହ ।।

ଜୀବନ ତନ୍ତ୍ରିରେ ତୁମେ ମୋ ରାଗିଣୀ

ପ୍ରେମେ ମାୟାଜାଲ୍ ରଚିଥିଲ,

ପ୍ରେମରେ ପାଗଳ ହେଲି ମୁଁ ତୁମର

ନିଦାଘରେ ପ୍ରେମ ବର୍ଷିଗଲ ।।

ଆଜି ମୁଁ ଅପେକ୍ଷା କରିଛି ତୁମର

ଆସିବକି କାଳେ ତୁମେ ,

ଆସିଗଲେ ତୁମେ, ଗମ୍ଭୀର ହୃଦୟ

ମୋର ଥମିଯିବ ନିଶ୍ଚଳେ ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance