STORYMIRROR

Alhadini Panigrahi dash

Classics

3  

Alhadini Panigrahi dash

Classics

ନିଶବ୍ଦ କ୍ରନ୍ଦନ

ନିଶବ୍ଦ କ୍ରନ୍ଦନ

1 min
136

ଏବେ ବି ଝୁରିହୁଏ ମୁଁ

ମୋର ସୁନେଲି ଅତୀତ

ଦିନ ଥିଲା

ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଙ୍କ ସାଥୀ ଥିଲି ମୁଁ

ଜଡିତ ଥିଲି ତାଙ୍କ ଜୀବନ ସହିତ

ଅଥଚ

ଆଜି ମୁଁ କ୍ଷତ ବିକ୍ଷତ ମୋ ନିଜ ଚିନ୍ତା ରେ

ଆସ୍ତେ ଆସ୍ତେ କମିକମି ଆସୁଛି ମୋ ଚାହିଦା

ମୋ ସ୍ଥାନ କୁ ଆବୋରି ବସୁଛନ୍ତି

Computer, ଓ smart phone.


କେତେ ଧନିକ ଗୋଷ୍ଠୀ ଞାନ ଆହରଣ ପରିବର୍ତ୍ତେ

ତାଙ୍କ ଆଭିଜାତ୍ୟ ପ୍ରଦର୍ଶନ ନିମନ୍ତେ କିଣି ନିଅନ୍ତି ମୋତେ,

ପଢିବା ତ ଦୁର ର କଥା

ବନ୍ଦୀ ହୋଇ ରହିଯାଏ

ତାଙ୍କ ଡ୍ରଇଂ ରୁମ ର କାଚଲଗା ଥାକ ଭିତରେ,

ଅପମାନ ର ଜ୍ଜାଳା ରେ ଜର୍ଜରିତ ମୋ ଆତ୍ମା

ଗୁମୁରି ଗୁମୁରି କାନ୍ଦେ

ବନ୍ଦ ଆଲମିରା ଭିତରୁ

କେହି ଶୁଣି ପାରନ୍ତି ନାହିଁ ମୋର ନିଶବ୍ଦ କ୍ରନ୍ଦନ


ହେ ମୋର ପ୍ରୀୟ ସାହିତ୍ୟିକ ଗଣ

ହେ ମୋ ପରମାରାଧ୍ୟ ସାରସ୍ବତ ସାଧକ ଗଣ

ମୋତେ କେବଳ କାଗଜ ଉପରେ

କାଳି ରେେ ଲେଖା କେଇଟି ଅକ୍ଷର ରେ

ରୁପାୟିତ କର ନାହିଁ

ସେଇ ଅକ୍ଷର ରେ ଜୀବନ ଭରିଦିଅ

ଭରିଦିଅ ନବ ଉନ୍ମାଦନା

କାଗଜ ରେ ଜୀବନ୍ତ କରିଦିଅ

ଜୀବନ ଯୁଦ୍ଧ ର..ସଂଘର୍ଷ ର କାହାଣୀ,

ଅଙ୍ଗେନିଭା ସୁଖ,ଦୂ8ଖ ର କାହାଣୀ,

ଭୋକ ଓ ଭିକ୍ଷୁ ର ଲୋତକ ରେ ଭିଜିଯାଉ

ପାଠକ ର ହ୍ରୁଦୟ,

ତା ଅନ୍ତରାତ୍ମା କୁ ଭେଦିଯାଉ ମାନବିକତା

ତା ହେଲେ ମୁଁ ହେବି କାଳଜୟୀ

ପୁଣିଥରେ ଲେଉଟି ଆସିବ ସୁଦିନ

ପାଠକ ର ପ୍ରତି ସ୍ପନ୍ଦନ ରେ ମୁଁ ପାଇବି ଜୀବନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics