STORYMIRROR

Biswanath Nayak

Classics

3  

Biswanath Nayak

Classics

ନିଶ୍ଵାସ -------

ନିଶ୍ଵାସ -------

1 min
385

ନିଶ୍ଵାସକୁ ନାହିଁ

ବିଶ୍ୱାସ କହିଲେ

ସବୁକଥା ସରି ଯାଏନା,

ତାଭଳି ବିଶ୍ଵାସୀ

ବନ୍ଧୁଟିଏ କାହିଁ

ଦେଖିଛକି କେହି କୁହନା

ଶୟନେ ସ୍ଵପନେ

ଅବା ଜାଗରଣେ

କ୍ଷଣେ ସେତ ଦୂରେ ଯାଏନା

ସେ ଥିଲେ ସମସ୍ତେ

ଥାଆନ୍ତି ପାଖରେ

ସେ ନଥିଲେ କେହି ରୁହେନା

ସମ୍ପଦ ବେଳରେ

ସର୍ବେ ସଖା ସାଜି

ଝରାନ୍ତି ହସର ଝରଣା

ବିପଦରେ ମୁହଁ

ଫେରେଇ ନିଅନ୍ତି

ଏକଥା କାହାକୁ ଅଜଣା

ସମ୍ପଦରେ ଅବା

ବିପଦରେ ହେଉ

ସେ କାହାକୁ ଛାଡି ଯାଏନା

ଏଭଳି ଦରଦୀ

ବନ୍ଧୁଟିଏ କାହିଁ

ଦେଖିଛକି କେହି କୁହନା

ନିଶ୍ଵାସକୁ ନାହିଁ

ବିଶ୍ୱାସ କହିଲେ

ସବୁକଥା ସରି ଯାଏନା

ଧନୀ ଓ ଗରିବ

ଅସମାନ ଭାବ

ଉଚ୍ଚ ନୀଚ୍ଚ ଯେତେ ଭାବନା

ସବୁ ଅଟେ ଏହି

ମଣିଷର ସୃଷ୍ଟି

ମିଛଟାରେ ଖାଲି ଛଳନା

ନିଶ୍ଵାସ କରେନା

ରାଜା ଆଉ ରଙ୍କ

ବଡ ଆଉ ସାନ ବାହାନା

ସମସ୍ତଙ୍କ ପାଶେ

ଥାଏ ସମଭାବେ

ଶତୃମିତ୍ର ଭାବ ରଖେନା

ଏଭଳି ଦରଦୀ

ବନ୍ଧୁଟିଏ କାହିଁ

ଦେଖିଛକି କେହି କୁହନା

ସେ ବନ୍ଧୁ ଯାହାକୁ

ଛାଡି ଚାଲିଯାଏ

ତାକୁ କେହି ଘରେ ରଖେନା

ଶବ କହି ତାକୁ

ମଶାଣି ପଠାଏ

ଦୁନିଆର କି ବିଡମ୍ବନା

ସବୁରି ଶରୀରେ

ସମାନ ପବନ

ପ୍ରବାହିତ ହେଉଛି ସିନା

ତଥାପି କାହିଁକି

ପାତରଅନ୍ତର

ମଣିଷ କରଇ କୁହନା

ହେ ମଣିଷ! ଏହି

ବନ୍ଧୁଠାରୁ ଶିଖ

ସମ ଦରଶନ ଭାବନା

ତାହାହିଁ ହୋଇବ

ସେହି ବନ୍ଧୁ ପାଇଁ

ଉଚିତରେ ସମ୍ମାନ ସିନା

ନିଶ୍ଵାସକୁ ନାହିଁ

ବିଶ୍ୱାସ କହିଲେ

ସବୁକଥା ସରି ଯାଏନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics