STORYMIRROR

Trushna Das

Abstract Tragedy Inspirational

3  

Trushna Das

Abstract Tragedy Inspirational

ନିଶା

ନିଶା

1 min
230

               


ଏ ଯେ ନିଶା ମଦର

  କଣ କହିବି ତା ପ୍ରକୋପ 

କରିଛି ସେ ଯୁବକଙ୍କୁ ବର୍ବାଦ

  ଉଜୁଡି ଯାଇଛି ଯେ କେତେ ଘର ସଂସାର। 


ଏ ଯେ ନିଶା ମଦର

  ପିଇ ଲୋକ ହରାନ୍ତି ନିଜ ହିତାହିତ ଜ୍ଞାନ 

ସବୁ କିଛି ବିକ୍ରି କରି ଦିଅନ୍ତି ପାଇବାକୁ ଟୋପାଏ ମଦ

  ମଦ ପିଇ ଭାବନ୍ତି ନିଜକୁ ଉଚ୍ଚ ପରିବାର ପୁଅ।


ଏ ଯେ ନିଶା ମଦର

   ଟଙ୍କା ନ ଥାଏ ବାପା ମାଆ

ସ୍ତ୍ରୀ ପିଲାଙ୍କ ଚିକିତ୍ସା ଓ ଚଳିବା ପାଇଁ 

   କିନ୍ତୁ ଟଙ୍କା ବାହାରେ ବିଡା ବିଡା

ସାଙ୍ଗସାଥିଙ୍କ ସହ ମଦ ପିଇବା ପାଇଁ 

   ନିଜ ବଡ ଘରର ଆଭିଜାତ୍ୟ ଦେଖାଇ ହେବାପାଇଁ। 


ଏ ଯେ ନିଶା ମଦର

  ପୁରୁଷ ଏହାକୁ ପାନ କରି 

ନିଜର ପୁରୁଷ ପଣିଆ ଦେଖାଇବା ପାଇଁ 

  ନାରୀକୁ ଉଠାଇ ହାତ, ଡ଼ରାଇ ରଖେ ତାକୁ ପିଟିମାରି

ଶେଷରେ ମଦ ନିଶାରେ ନାରୀର ଧର୍ଷଣ କରି 

  ଫିଙ୍ଗି ଦିଏ ତାକୁ ମାରି, ନର ରାକ୍ଷସ ସାଜି। 


ଏ ଯେ ନିଶା ମଦର 

  ସମାଜକୁ କରିଛି କଳୁଷିତ 

ଯୁବପିଢି ବାଟବଣା ହୋଇଛି 

  କୁକର୍ମରେ ମାତି ବୁଲୁଛି ମଦୁଆ ମାତାଲ ହୋଇ। 


ଏ ଯେ ନିଶା ମଦର

  ଦିଅ ଛାଡ଼ି ଏ ମଦ ନିଶା, ପୁରୁଷଗଣ

ସେତିକି ଟଙ୍କା ସଞ୍ଚୟ କର

  ଘର ପରିବାର ପାଇଁ ଧ୍ୟାନ ଦିଅ

ହୋଇବ ତୁମ୍ଭର ସଂସାର ସୁଖମୟ

 ସମାଜରୁ ଆସ୍ତେ ଆସ୍ତେ ଏ କଳଙ୍କର ଛୀଟା ଲିଭି ଯିବ 

ଯୁବପିଢ଼ି ନିଜ ଲକ୍ଷ୍ୟ ପଥରେ ହୋଇବେ ଅଗ୍ରସର

  ସମାଜ ହୋଇବ ଉନ୍ନତ ସ୍ତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract