STORYMIRROR

Priyadarsini Das.

Tragedy

4  

Priyadarsini Das.

Tragedy

ନିଶା

ନିଶା

1 min
24.4K

କେଜାଣି କେଉଁ ବେଳାରେ ପାଦ ଖସିଲା ସେ ନିଶା ରେ

ନା ଜଣା ପଡ଼ିଲା ଭଲ ର ବିଚାର

ନା ମନ୍ଦ ର ପ୍ରହାର


ନାକ ଦୁଇ ଦେଉ ଭୁସ୍ ଭୂସ୍ କରି ଖାଲି ବାହାରି ଯାଏ ଧୂଆଁ


ସବୁଆଡେ ଧୂମୀଳ

ଛାଇ ଛାଇ ନଜର


ଭଲ ଲାଗୁଥାଏ


ଜଣା ନଥିଲା ସେ ଧୂଆଁ କେତେ ମାରାତ୍ମକ


ପାଟି ରୁ ନାସା ପୁଣି 

ନାସା ରୁ ଫୁସଫୁସ

ଅବାଧ ରେ ତାର ପ୍ରବେଶ


ଆଉ ପ୍ରବେଶ ପରେ କବଜା

ପୁରା ଫୁସଫୁସ ସାରା


ଆଜି ସେଇ ନିଶା ରେ ମୁଁ କଙ୍କାଳ ଟିଏ


ପାଖରେ ନାହିଁ ପଇସା ପଥି ପାଇଁ

ପରିବାର ହିନ୍ ଛିନ୍


ସେଇ ନିଶା ଉଡେଇ ଦେଲା 

ମୋ ସଂସାର ର ସୁଖ

ମୋ ଶରୀର ର ସମ୍ପତି



ସତରେ ଭାରି ମାରାତ୍ମକ 

ଏ ଧୂଆଁ ର ନିଶା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy