STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ନିଶା ରାକ୍ଷସ

ନିଶା ରାକ୍ଷସ

1 min
176

ସୁନା ମନ କୁ ଚୂନା କରି

ଜାଳି ପୋଡ଼ି ପାଉଁଶ କରେ

ନିରୀହ ପ୍ରାଣ

ଅଵିଵେକୀ ସିଏ

ଆଉ ତାର ଉଦ୍ଧେଶ୍ୟ

ପୁଣି ତାର କାମୁକ ଆଚରଣ

ଅଜାଣତେ

ହଜାଇଦିଏ ପରିଚୟ

କରି ଅସହାୟ

ବିବତ୍ସ

ହତ୍ୟା କରି ମଣିଷପଣିଆ

ଦିଏ କାପୁରୁଷର ପରିଚୟ

ନର ମାନବ କୁ

ଅବିଳମ୍ବେ ବଦଳାଇଦିଏ ନରରାକ୍ଷସ

ଉଜୁଡ଼ି ଯାଏ ଧନ, ଜୀବନ

ଭସ୍ମ ହୁଏ ସବୁ ସୁନା ସପନ

ସାଧୁ ହୁଏ ଅସାଧୁ ଅପରାଧୀ

ନିଶା ରାକ୍ଷସର

ଛଳନାପୂର୍ଣ୍ଣ କ୍ଷଣିକ ସୁଖର ଫାଶୀ ଦଉଡିରେ

ଫସି

ଯାଏ ବିଚଳିତ ମନ

ହୁଏ ମଣିଷ ପଶୁ ଠୁ ଵି ହୀନ

ଶେଷରେ

ବାଧ୍ୟ ହୋଇ ଛାଡ଼େ ତାର ପରାଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract