STORYMIRROR

KSHIRADRI SAHU

Comedy Inspirational

3  

KSHIRADRI SAHU

Comedy Inspirational

ନିଶା ମହିମା

ନିଶା ମହିମା

1 min
177


ଧୂମ ଛାଡ଼ିବ ପିଇ ବିଡ଼ି

ମାଗୁର ନିଶ ମୋଡ଼ି ମୋଡ଼ି,

ନାସାରନ୍ଧ୍ରରେ ଛାଡ଼ୁଥିବ

ରେଳ ଧୂମ ପରି ଦିଶିବ,

ଖୁଉଁ ଖାଁ ହେଉଥିବ ସଦା

ନହେଲେ ମାଡ଼ିବନି ପଦା,

ଗୁଡ଼ାଖୁଁ ପାଟି ଜକଜକ

ଘର ବାରଣ୍ଡା ନାଲି ପିକ,

ନହେଲେ ହେବନାହିଁ ଝାଡ଼ା

ଢୋଲ ପରିକା ପେଟ ବାଡ଼ା,

ସଞ୍ଜ, ସକାଳେ ଶୀତଦିନେ

ଗଞ୍ଜେଇ ସୁଖ କେ' ନଜାଣେ,

ବଂଭୋଳା ଵୋଲିଣ ଡାକିବ

ଚିଲମ କପାଳେ ମାରିବ,

ଭକଭକ ଧୂଆଁ ଛାଡ଼ିବ

ଶଙ୍କର ପ୍ରସାଦ ମଣିବ,

ଘୁଟୁଖା ଫୁଙ୍କିଣ ଜାକିବ

ମନଟା ସତେଜ ଲାଗିବ,

ପିଇନି ଯେ, ଚାଖଣା, ମଦ

ମରଦ ନୁହେଁ ସେଟା ଗଧ!,

ଲାଗିବ ଇନ୍ଦ୍ର ସିଂହାସନ

ସତେ ରାଜନ ତ୍ରିଭୁବନ,

ରାସ୍ତାରେ ଯାଉଥିଲେ ବାଳୀ

ଲାଗନ୍ତି ରମ୍ଭା ଅପସରୀ,

ହେଉ ମୁଖରେ କରକଟ

ଖଇନି ଛାଡିବାଟା କଷ୍ଟ,

କଲିଜା ପଛେ ଫାଟି ହେଉ

ମଦକୁ ଛାଡ଼ିବିନି ଆଉ,

ଶ୍ୱାସ କୋଠରୀ କଣା ହେଉ

ଗଞ୍ଜେଇ ସେବା ଚାଲିଥାଉ,

ମଦକୁ ପାନ, ବିଡ଼ି ନିଶା

ସେବିବି, ଯାଉ ସେ ପଇସା,

କାଶରେ ପଡ଼ୁ ପଛେ ରକ୍ତ

ମଦ, ଗଞ୍ଜେଇ ଆଭିଜାତ୍ୟ,

ଇନ୍ଦ୍ର ଯେ ପିଉଥିଲେ ସୁରା

ଗଞ୍ଜେଇ ଟାଣୁଥିଲେ ଭୋଳା!!!!,

ପିଲା ଧରନ୍ତୁ ଭିକ ଥାଳି

ଚିରା ବସନ ପିନ୍ଧୁ ନାରୀ,

ସଂକଟେ ନାରୀଙ୍କ ଇଜ୍ଜତ

ନିଶାରେ ସବୁ ଅଣାୟତ୍ତ

ଏମନ୍ତ ନିଶାର ମହିମା

କଟକଣା କର ମଣିମା

ଦୋକାନ ଖୋଲୁଛ ବଜାରେ

ପିଇଲେ ବାନ୍ଧୁଛ ଥାନାରେ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy