STORYMIRROR

Chittaranjan Nanda

Romance Tragedy Fantasy

3  

Chittaranjan Nanda

Romance Tragedy Fantasy

ନିରୁତ୍ତl ପ୍ରଶ୍ନର ନୀରବ ଉତ୍ତର

ନିରୁତ୍ତl ପ୍ରଶ୍ନର ନୀରବ ଉତ୍ତର

1 min
137


ବସନ୍ତର ଆଗମନରେ ଦିନେ ଭିଡି଼ 

ନେଇଗଲ ଛାତିକି, 

ତାପରେ ପରା ତୁମେ ସପନରେ 

ମୋର ଆସିଲ ରାତିକି ।


ତୁମର ବିନା ଛୁଆଁରେ ଅନୁଭବ କଲି 

ଏକ ଅଜଣା ପୁଲକ, 

ଖୁସି ଓ ଆନନ୍ଦରେ ଝଲସି ଉଠିଲା 

ମୋର ମନର ମୁଲକ ।


ଜାଣି ପାରିଲିନି ହୃଦୟ ମୋର କାହିଁକି 

ହୋଇଲା ଅଧୀର

ହୃଦୟ ମନ୍ଦିରରେ ମୋର ତୁମେ ବିଶ୍ୱାସେ 

କରିଗଲ ଘର ।


ଭାବିନେଲି ଲଲାଟେ ମୋର ଆଙ୍କିବ ମୋ 

ମଥାରେ ସିନ୍ଦୂର

ବନିଗଲ ତୁମେ ଏକ ଅଲିଭୀ ସ୍ମୃତିସ୍ତୁମ୍ଭ ମୋ 

ମନ ଆକାଶର ।


ଦିଗହରା ସାଜିଲି, ମୋର ହୃଦୟ ଦରଜା 

ଦେଇଥିଲି ଖୋଲି

ସେଇ ସରଳ ବିଶ୍ୱାସ ମୋର ଲିଭିଯିବ 

ବୋଲି ଜାଣି ନଥିଲି ।


ତୁମର ସେ ପ୍ରେମ ଥିଲାକି କେବଳ ମୋ 

ଦେହ ପ୍ରତି ଆକର୍ଷଣ 

ସତେ କି ହୋଇଲା ପ୍ରେମର ଅନ୍ତ ମିଳିବାରେ 

ଦେହର ମିଳନ ।


ସ୍ବପ୍ନଭରା ଜୀବନରେ ମାଡ଼ିଗଲା ଅଶାନ୍ତ 

ସମୁଦ୍ରର ଜୁଆର

ଜାକି ଦେଉ ଛାତିରେ କୋହ ଭାଙ୍ଗିଗଲା 

ମନ, ବହେ ଅଶ୍ରୁଧାର ।


ସ୍ଵପ୍ନ ଓ ବାସ୍ତବତା ମଧ୍ୟରେ ଦୂରତା ଆଖି 

ତ ପାରେନା ମାପି

ବୋହି ବୋହି ଯାଏ ଲୁହଧାର ଲେଖୁଛି 

କୋହକୁ ନପାରି ଚାପି ।


ପ୍ରଜ୍ଜଳିତ ଲେଲିହାନ ଶିଖାରେ ଅକୁହା 

ଭାଷାର ଅନୁଭବଟିଏ

ଅସହ୍ୟ ଦୁଃଖ, ପ୍ରକାଶ କରୁଛି ସମ୍ପର୍କଗତ 

ବିଚଳିତମନର ଵାର୍ତ୍ତାଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance