ନିରୁତ୍ତl ପ୍ରଶ୍ନର ନୀରବ ଉତ୍ତର
ନିରୁତ୍ତl ପ୍ରଶ୍ନର ନୀରବ ଉତ୍ତର
ବସନ୍ତର ଆଗମନରେ ଦିନେ ଭିଡି଼
ନେଇଗଲ ଛାତିକି,
ତାପରେ ପରା ତୁମେ ସପନରେ
ମୋର ଆସିଲ ରାତିକି ।
ତୁମର ବିନା ଛୁଆଁରେ ଅନୁଭବ କଲି
ଏକ ଅଜଣା ପୁଲକ,
ଖୁସି ଓ ଆନନ୍ଦରେ ଝଲସି ଉଠିଲା
ମୋର ମନର ମୁଲକ ।
ଜାଣି ପାରିଲିନି ହୃଦୟ ମୋର କାହିଁକି
ହୋଇଲା ଅଧୀର
ହୃଦୟ ମନ୍ଦିରରେ ମୋର ତୁମେ ବିଶ୍ୱାସେ
କରିଗଲ ଘର ।
ଭାବିନେଲି ଲଲାଟେ ମୋର ଆଙ୍କିବ ମୋ
ମଥାରେ ସିନ୍ଦୂର
ବନିଗଲ ତୁମେ ଏକ ଅଲିଭୀ ସ୍ମୃତିସ୍ତୁମ୍ଭ ମୋ
ମନ ଆକାଶର ।
ଦିଗହରା ସାଜିଲି, ମୋର ହୃଦୟ ଦରଜା
ଦେଇଥିଲି ଖୋଲି
ସେଇ ସରଳ ବିଶ୍ୱାସ ମୋର ଲିଭିଯିବ
ବୋଲି ଜାଣି ନଥିଲି ।
ତୁମର ସେ ପ୍ରେମ ଥିଲାକି କେବଳ ମୋ
ଦେହ ପ୍ରତି ଆକର୍ଷଣ
ସତେ କି ହୋଇଲା ପ୍ରେମର ଅନ୍ତ ମିଳିବାରେ
ଦେହର ମିଳନ ।
ସ୍ବପ୍ନଭରା ଜୀବନରେ ମାଡ଼ିଗଲା ଅଶାନ୍ତ
ସମୁଦ୍ରର ଜୁଆର
ଜାକି ଦେଉ ଛାତିରେ କୋହ ଭାଙ୍ଗିଗଲା
ମନ, ବହେ ଅଶ୍ରୁଧାର ।
ସ୍ଵପ୍ନ ଓ ବାସ୍ତବତା ମଧ୍ୟରେ ଦୂରତା ଆଖି
ତ ପାରେନା ମାପି
ବୋହି ବୋହି ଯାଏ ଲୁହଧାର ଲେଖୁଛି
କୋହକୁ ନପାରି ଚାପି ।
ପ୍ରଜ୍ଜଳିତ ଲେଲିହାନ ଶିଖାରେ ଅକୁହା
ଭାଷାର ଅନୁଭବଟିଏ
ଅସହ୍ୟ ଦୁଃଖ, ପ୍ରକାଶ କରୁଛି ସମ୍ପର୍କଗତ
ବିଚଳିତମନର ଵାର୍ତ୍ତାଟିଏ ।

