STORYMIRROR

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ନିର୍ରଭୟା କୁ ଅଭୟବାଣୀ

ନିର୍ରଭୟା କୁ ଅଭୟବାଣୀ

1 min
13.7K


କିପରି ତୁ ଭୁଲିଲୁ ନିର୍ଭୟା ଭାରତରେ ଜନ୍ମ ତୋର ବୋଲି !

ଝିଅ ଏଠି ପାଟି ଖୋଲିବନି ଅଲିଖିତ ନିୟମ ଟି ଚଳି ।

ଯୁଗଯୁଗ ଧରି ପୁରୁଷର ହୁକୁମାତି ନିର୍ବିବାଦେ ଚାଲେ

ଅବଳା ଦୁର୍ବଳା ତୋର ପରିଚୟ ତା ଆଗେ ନଚାଲେ ।

ମଣିଷରେ ଗଣାନୁହେଁ ଝିଅ ବସ୍ତୁଟିଏ ପରି ତୋର ମାନ

ବ୍ୟବହାର କରିବ ଖେଳିବ ତୋତେ ନେଇ ତା ଇଛାରେ ଜାଣ ।

ବହୁନାରୀ ଭୋଗ ଅଟେ ତା'ର ପଉରୁଷ ଅଧିକାରେ ଗଣା

ନାରୀ କିନ୍ତୂ ପତି ବିନା ଆଉ କେଉଁ ଆଡେ ଚାହିଁବାବି ମନା ।

ସମ୍ବିଧାନେ ତୋ ପାଇଁ ଆସନ ସଂରକ୍ଷିତ ଏକ ତୃତୀୟାଂଶ

କାଗଜରେ ଚାଲେ ସିନା ସବୁ ବାସ୍ତବରେ ଭୋଗଇ ପୁରୁଷ ।

ଅଧିକାର ନାହିଁ ନିର୍ଭୟରେ ନିଶାର୍ଦ୍ଧରେ ବୁଲିବାର ତୋର

ଦେଖିଛୁକି ଶୃଗାଳ ପଲରେ ଗୃଧ୍ର ମେଳେ ଶଶା ତିଷ୍ଠିବାର !

ନଗ୍ନତାର ବ୍ୟବସାୟୀ ଏଠି ସେଲିବ୍ରିଟି ରୂପେ ଉଭା ହୁଏ

ପାଶବିକ କାମନା ପୀଡିତା ସମବେଦନାର ପାତ୍ରୀ ନୁହେଁ ।

ନିର୍ଭୟା ନାମ ଏ ଦେଶେ ଅଳଂକାରଟିଏ ନୁହେଁ ନାମ

ଅଭୟ କିଏବା ଦେବ ହେଉ ନୂତନ ସୂର୍ଯ୍ୟର ଆଗମନ !


Rate this content
Log in

Similar oriya poem from Inspirational