STORYMIRROR

Padmalaya Mishra

Inspirational

3  

Padmalaya Mishra

Inspirational

ନିରୋଳାରେ ଦିନେ ପଚାରିଲି ଜୀବନକୁ

ନିରୋଳାରେ ଦିନେ ପଚାରିଲି ଜୀବନକୁ

1 min
14K


ନିରୋଳାରେ ଦିନେ ପଚାରିଲି ଜୀବନକୁ

ଏତେ ଦୃତଗତି କାହିଁକି ତୋର ??

ସରିଗଲା କେବେ ପିଲା ଦିନ

ପାରିଲିନି ଜାଣି

ପୁଣି ଏଇ ଏବେ ତ

ଛୁଇଁଥିଲା ଯୌବନ

ହେଲେ କାଇଁ ବୋଳିଦେଇ ଟୋପେ ଧଳା ରଙ୍ଗ

ଛଡାଇ ନବାର କରୁଛୁ ପ୍ରୟାସ

ମୁଁ ବୋଳିଦେଇ କଳାଟିକେ

ତତେ ଭ୍ରମରେ ପକାଇ ଚାଲିଛି

ଆଉ ଆରମ୍ଭ ହୋଇଛି

ଆମ ଭିତରେ ଏକ ଶୀତଳ ଯୁଦ୍ଧ ।

ମୃତ୍ୟୁକୁ ଭୟ ନାହିଁ

ହେଲେ ଜୀଇବାକୁ ଦେ’ ମନଭରି

ଶୋଇବାକୁ ଦେ’ ଟିକେ ମା' କୋଳେ

ରାଗ ରୁଷା ହେବାକୁ ଦେ’ ଭାଇ ଭଉଣୀଙ୍କ ସହ

ହଜିଯିବାକୁ ଦେ’ ସାଙ୍ଗସାଥୀଙ୍କ ମେଳେ ମଉଜମସ୍ତିରେ

ନିଜକୁ ଭୁଲି ଜଣଙ୍କ ପ୍ରେମରେ ବୁଡିବାକୁ ଦେ’

ପୁଣି ସାଉଁଟିବାକୁ ଦେ’ ମୋର ଭୂତ ବର୍ତ୍ତମାନ

ମୋତେ ପରିପୂର୍ଣ୍ଣ କରିଥିବା ଅବୋଧଙ୍କ ଗହଣେ ।

ଜୀବନ କହିଲା .........

ଶାନ୍ତ ଧୀର ଚିତ୍ତେ

କଲେ ଚିନ୍ତା ଉନ୍ମୋଚିତ ହେବ ରହସ୍ୟ

ମୋର ଦୃତ ଗତି ପାଇଁ ତୁ ଜୀଇଚୁ....

ଯୌବନେ ଖୋଜୁଛୁ ପିଲା ଦିନ

ଯାହାକୁ ଛାଡି ଯୌବନକୁ ଛୁଇଁବାକୁ ହେଉଥିଲୁ ତରତର

ଯୌବନରେ ଭୁଲିଗଲୁ ସବୁକିଛି

ମଜିଗଲୁ ସଂସାର ସୁଖେ

ମୁଁ ଚାଲିଛି ଠିକ୍ ବେଗରେ

ତୁ ହିଁ ପଡିଛୁ ଦ୍ଵନ୍ଦରେ

ବର୍ତ୍ତମାନରେ ନ ବଞ୍ଚି

କେବେ ଖୋଜୁଛୁ ନିଜକୁ

ଅତୀତର ପୃଷ୍ଠାରେ ତ ପୁଣି କେବେ

ଭବିଷ୍ୟତର ସ୍ଵପ୍ନରେ....

................ପଦ୍ମାଳୟା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational