STORYMIRROR

Ajit Kumar Raut

Inspirational Children

3  

Ajit Kumar Raut

Inspirational Children

ନିରୋଗୀ ହୋଇବେ ସର୍ବେ

ନିରୋଗୀ ହୋଇବେ ସର୍ବେ

1 min
271


ଡାକ୍ତର ନର୍ସଙ୍କ ତ୍ୟାଗ ବଳିଦାନ


ଭୁଲି ହେବ ନାହିଁ କେବେ


କରୋନା ରୋଗୀଙ୍କ ନୀରୋଗର ପାଇଁ


ତତ୍ପର ହିଁ ସଦା ସର୍ବୈ।୧।


ଘରରେ ରହିବା ଭାଗ୍ୟ ନାହିଁ ତାଙ୍କ


ରୋଗୀଙ୍କ ସଙ୍ଗରେ ସଦା,


ନିସ୍ବାର୍ଥର ସେବା କରନ୍ତି ସେମାନେ


ଡାକ୍ତରଖାନାରେ ସଦା୨।


ନିସ୍ବାର୍ଥ କର୍ମର ସନ୍ଦେଶେ ଦିଅନ୍ତି


ପଟାନ୍ତର ନାହିଁ ତାର,


ସେବାର ମନ୍ତ୍ରକୁ ଧାରଣ କରିଣ


ରୋଗୀ ସେବା ନିରନ୍ତର।୩।


କର୍ମ ଅଟେ ଭକ୍ତି କର୍ମ ଅଟେ ଧର୍ମ


କର୍ମ ଅଟେ ସତ୍ୟପଥ,


ଜନସେବା ଅଟେ ପ୍ରଭୁଙ୍କର ଭକ୍ତି


ସେବା ହିଁ କର୍ତ୍ତବ୍ୟ ପଥ।୪।


ଏହି କର୍ମପଥେ ସମର୍ପଣ ଭାବ


ଡକ୍ଟର ନର୍ସଙ୍କ ନିତି,


ବର୍ଣ୍ଣିବିର ଶକ୍ତି ନିଅଁଟ ପଡ଼ିବ


କରନ୍ତି କର୍ତ୍ତବ୍ୟ ନିତି।୫।


ତାଙ୍କ ଉପଦେଶ ଅମୂଲ୍ୟ ହୁଅଇ


ପ୍ରତ୍ୟେକ ରୋଗୀଙ୍କ ପାଇଁ,


ବିପଦ କାଳରେ ତାଙ୍କରି ବଚନ


ନୀରୋଗ ରହିବା ପାଇଁ।୬।


ରୋଗୀଙ୍କର ପାଇଁ ଈଶ୍ବରୀୟ ରୂପ


ଦେଶକୁ ଗୌରବ ଦିଏ,


କର୍ତ୍ତବ୍ୟର ପଥେ ଅଗ୍ରସର ନିତି


ଜନତାଙ୍କୁ ଶିକ୍ଷା ଦିଏ।୭।


ଡକ୍ଟର ନର୍ସଙ୍କ ତ୍ୟାଗ ବଳିଦାନ


ଭୁଲି ହେବ ନାହିଁ କେବେ,


କରୋନା ରୋଗୀଙ୍କ ନୀରୋଗ ପାଇଁ


ତତ୍ପର ହି ସଦା ସର୍ବୈ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational