STORYMIRROR

Banasmita Panda

Abstract Tragedy

2  

Banasmita Panda

Abstract Tragedy

ନିରିମାଖି କଢ଼ ଲୋ

ନିରିମାଖି କଢ଼ ଲୋ

1 min
110


କାହାଣୀ ଅନେକ ନିରିମାଖି କଢ଼ର

ଲେଖା ଭାଗ୍ୟ କାଳ ସହ କଳା ଅକ୍ଷରରେ

ସମାଜର ଅନେକ ନୃଶଂସ ପ୍ରତିଛବି

ଘୁର୍ଣ୍ୟ ହାତର ସ୍ପର୍ଶ

କଢ଼ ଟି ଫୁଟି ପାରିଲା ନାହିଁ

ଭଲ ଫୁଲଟେ ହୋଇଥାନ୍ତା

ତାହା ସୁଗନ୍ଧିତ ମହକରେ

ଭାସି ଉଠିଥାନ୍ତା

ଏକ ଉନ୍ନତ ବଗିଚା

ନନା ରକମର ଆକର୍ଷଣ ରେ

ଭରିଥାନ୍ତା

ସାର ଦୁନିଆ

ବିଚାରୀ ନିଆଶ୍ରୀ

ମନ ଆଶା ତାର

ମନେ ମଉଳିଲା

ଦେବା, ଦେବୀ ତ

ରହିଗଲେ ଦୂରେ

ରାକ୍ଷସ, ରାକ୍ଷସୀ ମିଳିମିଶି

ସବୁ ସାରିଦେଲେ

କଢ଼ ଟି କଢ଼ ହୋଇ ରହିଗଲା

କଢ଼ ଦୁଃଖ

କିଏ ସେ ବୁଝିବ?

ନିରିମାଖି କଢ଼ ପୁଣି

କେଉଁ ଜନ୍ମେ

ଫୁଲ ହୋଇ ଫୁଟିବ?

ସବୁ କଢ଼ ର ଭାଗ୍ୟେ ନାହିଁ

ଫୁଲ ହେବାର ସୌଭାଗ୍ୟ

ସବୁ ଫୁଲର ଭାଗ୍ୟେ

ନାହିଁ ପ୍ରଭୁ ଚରଣର ସୌଭାଗ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract