STORYMIRROR

Srinibas Mahalik

Abstract Inspirational

2  

Srinibas Mahalik

Abstract Inspirational

ନିରୀହ ଜୀବ

ନିରୀହ ଜୀବ

1 min
13.2K


ଗାଈଗୋରୁ ଛେଳି କୁକୁଡ଼ା ଇତ୍ୟାଦି

ଯେତିକି ଏଭଳି ପ୍ରାଣୀ

ମଣିଷ ତାଙ୍କୁ ଖାଦ୍ୟ ବନାଉଛି

ଗୋଟି ଗୋଟି କରି ହାଣି ।।

ମଣିଷଙ୍କ ଯେତେ ଖାଦ୍ୟଦ୍ରବ୍ୟ ଅଛି

ଅନ୍ୟ ପ୍ରାଣୀଙ୍କର ନାହିଁ

ତଥାପି ମଣିଷ ଜୀବ ହତ୍ୟା କରି

ଖାଉଛି ମାଉଁସ କାହିଁ !!

ମଣିଷଗୁଡିକ ମୁକ୍ତରେ ବଞ୍ଚନ୍ତି

ଅଛି ବୋଲି ସମ୍ବିଧାନ

ନିରୀହ ଜୀବଙ୍କ ତାହା ନାହିଁ ପରା

ମରନ୍ତି ସେ ପ୍ରତିଦିନ ।।

ଯେତେ କହିଲେବି ମଣିଷ କେବେବି

ଛାଡିବନି ମାଂସ ଖିଆ

ନିରୀହ ଜୀବଙ୍କ କେହି ନାହିଁ ଏଠି

କହିବାକୁ ପଦେ ଆହା ।।

ଏମାନଙ୍କୁ ଯଦି ମାରିବାର ଥିଲା

ଜନ୍ମ ଦେଉଥିଲ କାହିଁ

ଡାଇନୋସର ଭଳି ଏମାନଙ୍କ ବଂଶ

ଲୋପ କରିଦିଅ ସାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract