STORYMIRROR

Gouttam kachim

Tragedy

3  

Gouttam kachim

Tragedy

ନିର୍ଦ୍ଦୟ ହୃଦୟର ଅଧିକାରିଣୀ

ନିର୍ଦ୍ଦୟ ହୃଦୟର ଅଧିକାରିଣୀ

1 min
201

ତୁମେ କେମିତି ବୁଝିବ

ପର ମନ କଥା,

ତୁମେ କେମିତି ଜାଣିବ,

ପର ହୃଦ ବ୍ୟଥା,

ସୃଷ୍ଟି ତ ସେମିତି,

ସୃଜଛି ନିଜ କଥା,

ନିଜ ବ୍ୟଥା,

ନିଜେ ଜାଣି ବାକୁ,

ସେଥିରୁ ତୁମେ ଯେ କେମିତି,

ଭିନ୍ନ ହେବ,

ତୁମକୁ ସୃଷ୍ଟି ଯେମିତି ଗଢ଼ଛି,

ବ୍ୟବହାର ଦେଇଛି,

ଚରିତ୍ର ଦେଇଛି,

ପ୍ରକୃତି ଦେଇଛି,

ଅବଶ୍ୟ ତୁମେ ସେମିତି କରିବ,

ତୁମେ ସେଥିରୁ ବଦଳିବ ନାହିଁ,

ଅବା ତୁମକୁ କେହି ବଦଳେଇ ପାରିବେ ନାହିଁ,

ସେ ମୁଁ ହୁଏ କି ଅନ୍ୟ କେହି,

ଆଉ ମୁଁ ତୁମକୁ ବଦଳେଇବା ପାଇଁ,

ଅନେକ ଚେଷ୍ଟା କରିଛି,

ତୁମେ ଜାଣି ଜାଣି,

ଅଜଣା ପରି ହୁଅ,

ତୁମେ ଅଣ ଦେଖା କରିଛ,

ତୁମେ ବୁଝି କି ଅବୁଝା ହେଇଚ,

ତୁମର କ୍ଷତି ଘଟିଛି, ସହିଛ,

କିନ୍ତୁ ବଦଳିବା କୁ ଚେଷ୍ଟା କରିନ,

କରିବ ନାହିଁ ମଧ୍ୟ,

ଯାହା ମୁଁ ଅନୁଭବ କରିଛି,

ଏବେ ଏବେ।

ତୁମେ ଶିକ୍ଷିତା,

ପଢ଼ିପାର, ଲେଖିପାର,

ପଢ଼େଇ ପାର,

ତୁମେ ଚାହିଁଲେ ଲୋକ ଙ୍କୁ,

ବୁଝେଇ ପାର,

କିନ୍ତୁ ନିଜେ ଏଡ଼େ ନିର୍ଦ୍ଦୟ ହୃଦୟ ର,

ଅଧିକାରିଣୀ ଯେ,

ତୁମେ ନିଜେ କାନ୍ଦିବା ସହ,

ଅନ୍ୟକୁ କନ୍ଦା ଉଛ,

ଧିକ୍ ତୁମେ,

ଧିକ୍ ତୁମ ପାଷାଣ ହୃଦୟ କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy