ନିର୍ବୋଧ
ନିର୍ବୋଧ


ମଣିଷ ଛୁଆଟେ ଜନମ ନେଉଛି
ବୁଦ୍ଧି ବିବେକକୁ ନେଇ
ଭଲ ମଣିଷଟେ ସମାଜେ ହେଉଛି
ଚିନ୍ତା ଚେତନାକୁ ପାଇ......
ମଣିଷଟେ ଯେବେ ସ୍ୱାର୍ଥପର ହୁଏ
ବୁଦ୍ଧିକୁ ହରେଇ ଦିଏ
ଚିନ୍ତା ଚେତନାକୁ ପଛରେ ପକେଇ
ନିର୍ବୋଧ ପାଲଟି ଯାଏ....
ନିର୍ବୋଧ ବଳରେ ଅମଣିଷ ହୋଇ
ସମାଜେ କଳଙ୍କ ହୁଏ
ସାରା ଜୀବନ ସୁଖ ବଦଳରେ
ଦୁଃଖକୁ କୋଳେଇ ନିଏ....
ଜ୍ଞାନ ବିବେକ ପାଶେ ଥାଉ ଥାଉ
ଅମଣିଷ ଭଳି ହୁଏ
ଚିନ୍ତା ଚେତନା ପାଶେ ଥାଉ ଥାଉ
ପଶୁତୁଲ୍ୟ ହୋଇଯାଏ
ଜାଣିଶୁଣି ଆଙ୍ଗୁଠି ଆଖିରେ ମାରନ୍ତି
କହିଲେ କରନ୍ତି ବିରୋଧ
ବୁଦ୍ଧି ବିବେକ ପାଶେ ଥାଉ ଥାଉ
ଶେଷେ ହୋଇଗଲେ *ନିର୍ବୋଧ*