STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ନିର୍ବୋଧ

ନିର୍ବୋଧ

1 min
189


ମଣିଷ ଛୁଆଟେ ଜନମ ନେଉଛି

ବୁଦ୍ଧି ବିବେକକୁ ନେଇ

ଭଲ ମଣିଷଟେ ସମାଜେ ହେଉଛି

ଚିନ୍ତା ଚେତନାକୁ ପାଇ......


ମଣିଷଟେ ଯେବେ ସ୍ୱାର୍ଥପର ହୁଏ

ବୁଦ୍ଧିକୁ ହରେଇ ଦିଏ

ଚିନ୍ତା ଚେତନାକୁ ପଛରେ ପକେଇ

ନିର୍ବୋଧ ପାଲଟି ଯାଏ....


ନିର୍ବୋଧ ବଳରେ ଅମଣିଷ ହୋଇ

ସମାଜେ କଳଙ୍କ ହୁଏ

ସାରା ଜୀବନ ସୁଖ ବଦଳରେ

ଦୁଃଖକୁ କୋଳେଇ ନିଏ....


ଜ୍ଞାନ ବିବେକ ପାଶେ ଥାଉ ଥାଉ

ଅମଣିଷ ଭଳି ହୁଏ

ଚିନ୍ତା ଚେତନା ପାଶେ ଥାଉ ଥାଉ

ପଶୁତୁଲ୍ୟ ହୋଇଯାଏ


ଜାଣିଶୁଣି ଆଙ୍ଗୁଠି ଆଖିରେ ମାରନ୍ତି

କହିଲେ କରନ୍ତି ବିରୋଧ

ବୁଦ୍ଧି ବିବେକ ପାଶେ ଥାଉ ଥାଉ

ଶେଷେ ହୋଇଗଲେ *ନିର୍ବୋଧ*



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational