STORYMIRROR

BISWESWAR MAJHI

Tragedy

4  

BISWESWAR MAJHI

Tragedy

ନିର୍ଭୟା ହେବ କି ଅଭୟା !

ନିର୍ଭୟା ହେବ କି ଅଭୟା !

1 min
386

ଦୁଷ୍କର୍ମକାରୀ       ଛଅ ଜଣ ମିଶି

   କଲେ ଗଣ ବଳାତ୍କାର 

ନାଆଁ ବାଳକ ବି    ଉପଭୋଗ କଲା

    କରି ତାକୁ ନାରଖାର। 

    ନିର୍ଭୟା ନାମ ଯାହାର

ଯମ ଯନ୍ତ୍ରଣାରେ    ଛଟପଟ ହେଲା

    ଯହିଁ ଦିଲ୍ଲୀ ଦରବାର ।


ଅକ୍ଷୟ ଠାକୁର    ବିନୟ ଶର୍ମା

     ମୁକେଶ ସିଂହ ଆବର

ପବନ ଗୁପ୍ତ     ରାମ ସିଂହ ପୁଣି

     ନାବାଳକ ଏକ ଛାର

    ରାମ ସିଂହ ଲୋକାଚାର

ଭୟରେ ଜେଲରେ  ଜୀବନ ହାରିଲା 

     ହେବା ଆଗରୁ ବିଚାର ।


ସବୁଠାରୁ ଦୁଷ୍ଟ     ଦେଲା ଯିଏ କଷ୍ଟ  

    ନାଁବାଳକ ଦଣ୍ଡ ମୁକ୍ତ

ଆଇନ ଫାଙ୍କରେ   କବାଡି ଖେଳିଲେ

    ଓକିଲ ସେ ଅର୍ଥାଶକ୍ତ ।

    ବ୍ୟଭିଚାରୀ ହେଲେ ଦଣ୍ଡିତ

ମୃତ୍ୟୁ ଦଣ୍ଡ ଦେଖି   ଜନତା ଚେତିବେ 

    ମୃତାତ୍ମା ହୋଇବ ଶାନ୍ତ ।


ଷୋଳ ଡିସେମ୍ବର    ଦୁଇ ହଜାର୍ ବାର

      ବିଗତ ସନ୍ଧ୍ୟା ସମୟ

ଫିଜିଓ ଥେରାପି    ଛାତ୍ରୀଙ୍କୁ ଚଳନ୍ତା

     ବସରେ କଲେ ଅଥୟ। 

     ପିଣ୍ଡରୁ ଛାଡିଲା ପ୍ରାଣ

ପୁରୁଷ ବନ୍ଧୁ ବି   ବାଦ ନ ପଡିଲେ

     ପଶୁବଳୀ ଛଅ ଜଣ ।


ତେର ମସିହାରେ   ଚାରି ବଳାତ୍କାରୀ 

    ମୃତ୍ୟୁ ଦଣ୍ଡାଦେଶ ପାଇ

ଆଇନ ସାଥିରେ   କବାଡି ଖେଳିଲେ 

     ସମୟ ଅଟକେ ନାହିଁ। 

     ସାତ ବର୍ଷ ବିତିଗଲା 

 ତାରିଖ ତାରିଖ     ଆଇନ ଗରାଖ

     ଦଣ୍ଡାଦେଶ ଟାଳି ଦେଲା ।


ନିର୍ଭୟାର ମାଆ     ମହିଳା ଓକିଲ

     ଲଢେଇ ରଖିଲେ ଜାରି

ବିଳମ୍ବିତ ନ୍ୟାୟ     ନାମଟି ଅନ୍ୟାୟ

     ଏ କେ ସିଂହ ପାଇଁ ହାରି ।

     ମାନବାଧିକାର ଉଦ୍ଧାରି

ମାର୍ଚ୍ଚ କୋଡିଏ     ଧାର୍ଯ୍ୟ ହେଲା ସିନା

     ରାତି ଯାକ ଡ୍ରାମା କରି ।


କୋଡିଏର ସୂର୍ଯ୍ୟ   ଉଦୟ ପୂର୍ବରୁ 

    ଜହ୍ଲାଦ ଘେନିଲେ ପ୍ରାଣ

ଚାରି ଅପରାଧୀ    ଝୁଲିଲେ ଫାଶିରେ 

     ଛାଡନ୍ତା କି ଜନ୍ତୁ ରାଣ। 

     ନିର୍ଭୟା ଦିବସ ଗଣ

ମାର୍ଚ୍ଚ କୋଡିଏ କୁ   ସ୍ମରଣ କରିବା

     ଦେଶ ବାସୀ ଶୁଣ ଶୁଣ ।

   


Rate this content
Log in

Similar oriya poem from Tragedy