STORYMIRROR

Gargi Mishra

Drama Tragedy Classics

3  

Gargi Mishra

Drama Tragedy Classics

ନିର୍ବାଚନ

ନିର୍ବାଚନ

1 min
119


            

ଲୋକପ୍ରତିନିଧି ଥିଲ ତୁମେ 

ମୁଁ ସାମାନ୍ୟ ଜନସାଧାରଣ 

ମୋପାଖକୁ ଆସିଥିଲ ତୁମେ

ମୋ କାନ୍ଧରେ ହାତରଖି

କରିଥିଲ ବିଶ୍ୱାସଭରା ଶବ୍ଦ ଉଚ୍ଚାରଣ 

ମୁଁ ବୁଝେନି ରାଜନୀତି

ମୁଁ ବୁଝେନି କୁତନୀତି

ପାଇଥିଲି ମୋ ଭିତିରି କଥା

ପାଇଥିଲି ସମାଧାନର ସୂତ୍ର 

ଯେତେବେଳେ ତୁମ

ଭାଷଣରେ ଶୁଣୁଥିଲି

ମୋ ବିଚାର, ମୋ ଉଜ୍ଜଳ ଭବିଷ୍ୟତ,

ମୋ ଜାତି ଗୌରବ ଆଉ ମୋ ସଂସ୍କୃତିର ଗାଥା 

ବିଶ୍ୱାସ କରିଥିଲି ଶବ୍ଦ ଶବ୍ଦକୁ

ମୋପରି ବିଶ୍ୱାସ କରିଥିଲେ ମୋ ବସ୍ତିବାସିନ୍ଦା 

ତା'ପରେ ତୁମେ ପାଇଗଲ ସମର୍ଥନ

ଏବେ ଅଲଗା ତୁମଦୁନିଆ ଅଲଗା ତୁମ ଆସନ

ଚାଲୁଣିରେ ଛାଣିହୋଇଗଲୁ

ମୋ ଅତୀତ ଆଉ ବର୍ତମାନ

ଏବେ ମୁଁ, ମୋ ବନ୍ଧୁ ଆଉ ମୋ ସାଥି 

ଭୋଟର ଆଇ. ଡି. କାର୍ଡର ଘଷରା ଫୋଟୋପରି

ଏକାପରି ତ ସବୁତକ ଦିଶନ୍ତି

ଆବଶ୍ୟକତା ନାହିଁ ଆଉ ତାର 

ଏବେ ମୁହଁ ତଳକୁକରି

ଆଉ ପାଞ୍ଚବର୍ଷ ପଡିରହିବ

ଥାକମଡ଼ାହୋଇ ଏମିତି କି ଏମିତି 

ଦେଖାକରିବ?

ଧୂତ, ଏବେ କିଏ ଚିହ୍ନୁଛି କାହାକୁ?

ସରକାରୀ ଦଫତରର ଗେଟଆଗରୁ

ସିକ୍ୟୁରିଟି ପଚାରେ ଠିକଣା,ଉଦ୍ଦେଶ୍ୟ,ନାମ ଗ୍ରାମ

ସରକାର ଗଢି ନିଜ ପ୍ରତିଶୃତିଭୂଲ

ପଡିରହୁ ଆମେ ଦଳିତ, ନିଷ୍ପେସିତ

ଯେଉଁ ସାଧାରଣକୁ ସେଇ ସାଧାରଣ

ପାଞ୍ଚବର୍ଷପରେ ଛାଞ୍ଚୁଣୀ ବିକୁ ବିକୁ ମୁଁ ଦେଖେ

କରପତ୍ର ଯୋଡି ତୁମେ ସ୍ୱର୍ଗରୁ ଓଲ୍ହାଇଆସ 

ହଁ ତୁମେ ମୁଁ ଭୁଲିନଥାଏ ତୁମକୁ

ତୁମେ ଚିନ୍ହି ପାରନି କିନ୍ତୁ ମୋତେ

କହୁଥାଅ କରି ବିନମ୍ର ପ୍ରଣାମ 

ବସ୍ତିମୁଣ୍ଡରେ ମାଇକରେ ଖାଲି ଶୁଭେ ବନ୍ଧୁଗଣ

ତା'ପରେ ଫମ୍ପା ଶବ୍ଦସବୁ ଦବି ଯାଆନ୍ତି

ଆମର ନେତା ତୁମର ନେତା

ଅମୁକ ଭାଇ ଜିନ୍ଦାବାଦ ଜିନ୍ଦାବାଦ ତାଳେ ତାଳେ 

ନା ଥାଏ ଆଉ ସରକାର ଗଢିବାର ସ୍ପୃହା

ନା ଥାଏ ଉତ୍ସାହ, ଆବେଗ ଆଉ ଉଦ୍ଦୀପନା

ମୋ ଛାଞ୍ଚୁଣୀ, ଡାଲା କୁଲାସହ ବନ୍ଦଝରକା ଏପଟେ ମୁଁ ପଡିରହେ

ସେପଟେ କେବଳ ପ୍ରତିଶୃତି, ପ୍ରଗତି ଆଉ ବିକାଶର ଶ୍ରୁତିକଟୁ ବାହାନା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama