ନିରବ ବିଦ୍ରୋହ
ନିରବ ବିଦ୍ରୋହ
ବୋଉ, କଥା ଦେଇଥିଲି ତୋତେ
ଦେଖିଯା କେମିତି ରହିଛି ପଡି
ଛାତିକୁ ପଥର କରି
କହିଥିଲୁ ମୋତେ
ସାମ୍ନା କରିବାକୁ ଝଡ କୁ
ଆପଣା ର କରିବାକୁ ପରକୁ
ହାରିଗଲି ବୋଉ
ଛୁଇଁ ପାରିଲିନି କାହାରି ମନକୁ
ଜାଣିନଥିଲି ଛଳନା ଖୋଳପା ଭିତରେ
ଲୁଚିରହିଥିଲେ ଶୈତାନ ମାନେ
ଖିନ ଭିନ କରି ଖାଇବାକୁ |
ଏବେ ଦୟା ଲାଗେ ତୋ ଉପରେ
ଶିଖାଇଲୁ ନାହିଁ ଜଟିଳତା
କେଉଁ ଉଦ୍ଦେଶ୍ୟ ରେ
ଭିନ୍ନ କରି ଗଢୁ ଥିଲୁ ମୋତେ
ଭିତରେ ଭିତରେ ଜ ଳି ଜ ଳି
ହେଲିଣି ଅଙ୍ଗାର, ହଜିଲା ଣି
କୋମଳତା ନିରୀହତା |
ସହିବାର ସୀମା ଅତିକ୍ରମ କରିଲେ
ନେବି ଏ କ ଭିନ୍ନ ପଦକ୍ଷେପ
କ୍ଷମା ଦେବୁ ମୋତେ |
