STORYMIRROR

Priyaranjan Biswal

Abstract Others

3  

Priyaranjan Biswal

Abstract Others

ନିରାପଦ ବିଦ୍ଯାଳୟ

ନିରାପଦ ବିଦ୍ଯାଳୟ

1 min
12K


ସୁରକ୍ଷିତ ଏ ବିଦ୍ଯାଳୟ ଆମର।

ପ୍ରାଙ୍ଗଣକୁ ଘେରି ରହିଛି ପ୍ରାଚୀର।।

ଶିକ୍ଷକ ଶିକ୍ଷୟତ୍ରୀ ଆମ ସ୍କୁଲର।

ନିଅନ୍ତି ଯତନ ନିତି ପିଲାଙ୍କର।।

ବିଦ୍ଯାଳୟ ଆମ ଅତି ପରିଷ୍କାର।

ଛୁଇଁ ପାରିବନି କୌଣସି ବେମାର।।

ନିଆଁ ଲାଗିଗଲେ ହେବନାହିଁ କ୍ଷତି।

ଅଗ୍ନି ନିର୍ବାପକ ରଖିଛୁ ସାଇତି।।

ସଭିଙ୍କର ପ୍ରିୟ ଆମର ଏ ସ୍କୁଲ୍।

ଦଣ୍ଡ ମିଳେନାହିଁ ହୋଇଗଲେ ଭୁଲ୍।।

ଷାଠିଏ ଭାଗ ଜଳ ଅଟେ ଦେହର।

ଜଳ ଆମପାଇଁ ଅତି ଦରକାର।।

ବିଶୁଦ୍ଧ ଜଳଯେ କରିବାକୁ ପାନ।

ନଳକୂପ ଏକ ହୋଇଛି ଖନନ।।

ପୁଅ ଝିଅଙ୍କର ଭିନ୍ନ ଶୌଚାଳୟ।

କରିଛି ବ୍ଯବସ୍ଥା ଆମ ବିଦ୍ଯାଳୟ।।

ଯିବୁନି ବାହାରେ ଆମେ ଶୌଚ ପାଇଁ।

ଲୋକ ଲଜ୍ଯା ଭୟ ରହିବବା କାହିଁ?

ମଧ୍ଯାନ୍ନ ଭୋଜନ ମିଳେ ପୃଷ୍ଟିକର।

ବଢେ ଦେହ ବଳ ବୁଦ୍ଧି ମସ୍ତିଷ୍କର।।

ଦୂର୍ଘଟଣା ହେଲେ ସ୍କୁଲ ସମୟରେ।

ପ୍ରାଥମିକ ଚିକିତ୍ସା ସ୍କୁଲ ହିଁ କରେ।।

ବିଦ୍ଯାଳୟ ଅଟେ ଅତି ନିରାପଦ।

ସହଜେ ଆସେନି କୌଣସି ପ୍ରମାଦ।।

ବିଦ୍ଯାଳୟ ଲାଗେ ଆମ ନିଜ ଘର।

ସୁରକ୍ଷା ଯେ ପ୍ରାଥମିକତା ତାହାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract