STORYMIRROR

Parbati Pradhan

Abstract Others

3  

Parbati Pradhan

Abstract Others

ନିରାଜ ଚୋପ୍ରା

ନିରାଜ ଚୋପ୍ରା

1 min
203

ହରିୟାଣା ରାଇଜ ପାନିପଥ ଜିଲ୍ଲା

           ଖଣ୍ଡରା ଗାଁ

ଜନମ ସେ ସୁଯୋଗ୍ୟ ସନ୍ତାନ

          ରଖିଲା ଭାରତ ମାଟିର ନାଁ ।


ପିତା ସତୀସ କୁମାର

         ମାତା ସରୋଜ ଦେବୀ

କୃଷି ପରିବାର ଦୀପ୍ତିମନ୍ତ ପୁଅ

          ଜାଭିଲିନ ଫିଙ୍ଗାଳି ।


ତେଇଶି ବରଷ ତରୁଣ ଯୁବକ

          ଅପେକ୍ଷା ର ଅନ୍ତ କଲା

କ୍ରୀଡ଼ା ମହାକୁମ୍ଭେ ସ୍ବର୍ଣ୍ଣ ଜିତି ଆଜି

         ନୂତନ ଅଧ୍ୟାୟ ରଚିଲା ।


ବିଶ୍ୱଦରବରେ ସେ ଆତି ଆପଣ

          ସୁବର୍ଣ୍ଣ ବାଳକ ନିରାଜ ଚୋପ୍ରା

ଦେଖିଲା ସପନ ଭାବିଲ ଭାବନା

          ହେବି ଦିନେ ବିଶ୍ୱେ ପରିଚିତ ।


ଟୋକିଓ ଅଲମ୍ପିକ ରେ ଭାଗ ନେଇ ସିଏ

           ଇତିହାସ ରଚି ଆସିଲା

ଭାରତ ମା' ର ସପନ ସାକାର ହେଲା

    ଏକସତ ପଞ୍ଚବିଂଶ ବରଷ ଅପେକ୍ଷା ର ଅନ୍ତ ଘଟିଲା ।


ସୁବର୍ଣ୍ଣ ର ପୁଅ ଆଣିଛି ସୁବର୍ଣ୍ଣ ଉପହାର

      ସସମ୍ମାନେ ତାକୁ ସ୍ବାଗତ ଜଣାଇ

କରିବା ଅତି ନିଜର

   ରାଣାପ୍ରତାପ ସମ ସେ କ୍ରୀଡ଼ା ମହାରଥୀ

           ଜାଭିଲିନି ଫିଙ୍ଗାଳି  ।


ଯୁବପିଢ଼ି ପାଇଁ ସାଜିଛି ସେ ଆଜି ଉଦାହରଣ

         କ୍ରୀଡ଼ା କସରଥେ ଆଗେଇ ଆସି ସେ

ରଖିଛି ଭାରତ ମା' ର ସମ୍ମାନ ।

        

   


Rate this content
Log in

Similar oriya poem from Abstract