STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ନିନ୍ଦ ମୋତେ

ନିନ୍ଦ ମୋତେ

1 min
2.8K

ପରାଜୟୀ ଅପଦାର୍ଥ କହି ଯେବେ ନିନ୍ଦନ୍ତି ସରବେ

ଏ କଥା ମୁଁ କର୍ଣ୍ଣେ ଶୁଣି ହସଇ ନିରବେ

ମନକୁ ମୁଁ କହି ଉଠେ ମନଇଚ୍ଛା ନିନ୍ଦ

ଯା ଦ୍ବାରା ମୋ ଉନ୍ନତି ମାର୍ଗ ହେବ ନାହିଁ ବନ୍ଦ

ତୁମରି ନିନ୍ଦାରେ ନିଶ୍ଚେ ହେବ ମୋ ଜାଗୃତି

ସାଧନା ନିଷ୍ଠାରେ ନିନ୍ଦା ହେବ ଯେ ବିସ୍ତୃତି

ହୁତୁ ହୁତୁ ଅଗ୍ନି ଜଳେ ଅନ୍ତର ମୋହରି

ମିଳେ ଯେବେ ପାଳ ରୁପି ନିନ୍ଦା ତ ତୁମରି

ଝଟକେ ମୁଁ ଆଉଟା ସୁବର୍ଣ୍ଣ ପରି

ଆଦର ଲଭେ ପର ମୁହୂର୍ତରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract