STORYMIRROR

Snigdha Nayak

Inspirational Others Children

3  

Snigdha Nayak

Inspirational Others Children

ନିମ୍ବ ଗଛ

ନିମ୍ବ ଗଛ

1 min
83

ଅଗଣାରେ ବଡ଼ ନିମ୍ବ ଗଛଟିଏ

କହୁଛି ସୁଭାଷ ,କୁରାଢ଼ୀ ଧରି କାଟିବ ସିଏ


ପିତା ଫୁଲ ଫଳେ ଭରିଛି

ଝଙ୍କାଳିଆ ହୋଇ ବଢ଼ି ଚାଲିଛି 


ନୁହଇ ସିଏ କାହା ପସନ୍ଦ

ତା'ତେଲ ବି ଲାଗେ ଦୁର୍ଗନ୍ଧ


କୁରାଢ଼ୀ ରେ ପାହାରେ ଦେଇ

ଗଛ କାଟିବାକୁ ବାହାରିଛି ଯାଇ


ଅଟକାଇ ଦେଲେ ତାକୁ ସନାତନ ମଉସା

ଗାଁ'ଲୋକେ କରନ୍ତି ତାଙ୍କୁ ବଡ଼ ଭରସା


କୁରାଢ଼ୀ ହାତରୁ ତାର ନେଲେ ଟାଣି

ବୁଝାଇଲେ ନିମ୍ବ ର ଗୁଣ ପାଖକୁ ଆଣି


ଦେଉଛି ବୃକ୍ଷ ଆମକୁ ଅମ୍ଳଜାନ

ଅମ୍ଳଜାନ ବିନା କି ସମ୍ଭବ ଆମ ଜୀବନ


ତା'କାଠିନେଇ ଘଷିଲେ ଦାନ୍ତ

ଦାନ୍ତ ହୁଏ ପରା କିଟାଣୁ ମୁକ୍ତ


ତା'ଫୁଲ କରି ଚକୁଳି ଖାଇବୁ ସୁଭାଷ

ହେବ ଦେଖିବୁ ତୋ ପେଟରୁ କୃମି ନାଶ


ତା'ତେଲେ ହେବୁ ମାଲିସ ଗୋଡ଼ ହାତ

ହେବେନି ଆଉ ତୋ ଦେହେ କାଛୁ କୁଣ୍ଡିଆ ଜାତ


ବଡ଼ ଉପକାରୀ ବୃକ୍ଷ ଏତ

ଆମ ସଭିଙ୍କ ଅଟେ ସେ ମିତ


ମଉସା ଙ୍କ କଥା ତା'ମନକୁ ପାଇଲା

ବାଡ଼ିରେ ଆଉ ଏକ ନିମ୍ବ ଗଛ ଆଣି ଲଗାଇଲା ।।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational