STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ନିଳାଚଳ ଧାମ

ନିଳାଚଳ ଧାମ

1 min
131

ନୀଳାଚଳ ଧାମକୁ ନେରେ କାଳିଆ

   କରିବି ତୋର ଦର୍ଶନ

ତୋର ଧାମରେ ଦେଖିବି ମୁଁ

   ପ୍ରଭୁ ପତିତପାବନ


କରି ନାହିଁ କିଛି ଜୀବନେ ମୁଁ ପୂଣ୍ୟ

   ଏକା ଆସି ଅଛି ଯିବି ହୋଇ ଶୂନ୍ୟ

ସଂସାରେ ମୋର କେହି ନୁହେଁ ନିଜର

   ତୁ ଆଶା ଭରସା ଏକା ମୋର


ତୋର ନୀଳାଚଳରେ ନାମ ଜପିବି

    ତୋ ଧାମରେ ଦେରେ ସ୍ଥାନ


କେତେ ପାପ ମୋ ଜୀବନେ କରିଛି

   କେମିତି ତରିବି ଜାଣି ନାହିଁ କିଛି

ତୋ ସାଥେ ହୋଇଛି ସମ୍ପର୍କ ମୋର

  ତୁ ପରା ଦୁଃଖୀ ଧନ ମୋହର


ତୋ ନୀଳାଚଳରେ ତୋ ନୀଳଚକ୍ର ଦେଖି

   ଯାଉରେ ମୋର ପରାଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational