STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ନିଖୋଜ

ନିଖୋଜ

1 min
261


ଶବ୍ଦ ବି ଏଠି ଖୋଜୁଛି ଠିକଣା

ଶବ ବି ଏଠି ହୋଇଛି ଅଜଣା।


ଜୀଇଁ ଥାଉଁ ଥାଉଁ ଜୀବନ ଅଛୁଆଁ

ବାୟୁ ଥାଇ ଜୀବ ଛାଡୁଛି ଦୁନିଆଁ।


ଚିର ସବୁଜ ସୁନ୍ଦର ଜଗତ ଅସ୍ଥିର

ଗୃହବନ୍ଦୀ ମୁଖତୁଣ୍ଡି ସାମ୍ନାରେ ଜହର।


ପିଣ୍ଡେ ପ୍ରାଣ ଥାଇ ହୃଦ ସଦା ଥରହର

ଆତ୍ମୀୟ ହେଲେ ବି ଦୂରଠୁ ଦୂର।


ପିତାର ଅନ୍ତିମ ଦର୍ଶନ ପୁତ୍ରକୁ ବାରଣ

ଜୀବ ଥାଉଁ ଥାଉଁ ଦେଖେ ଆଗରେ ମରଣ।


କି ବିଚାର ଦୀନବନ୍ଧୁ ହେ ଜଗଦୀଶ୍ଵର

ତୁମ ସୃଷ୍ଟ ସୃଷ୍ଟି ଆଜି କର ନାରଖାର।


ରଖ ଆହେ ଜଗବନ୍ଧୁ ଏ ବିଶ୍ଵବାସୀଙ୍କୁ

ଦୟା ନ କଲେ କେ ରଖିବ ଆମ୍ଭମାନଙ୍କୁ।


ହରେକୃଷ୍ଣ ହରେକୃଷ୍ଣ ଗାଅ ବିଶ୍ଵବାସୀ

ହରି ଚିତ୍ତେ ଧ୍ୟାୟୀ ଗୃହେ ଧ୍ୟାନ କର ବସି।


ଓମ୍ ନମୋ ନାରାୟଣ ହରି ହରି ହରି

ହରି ହରିବେ କଷଣ ସେ ବିଶ୍ଵବିହାରୀ।


ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ

ହରେରାମ ହରେରାମ ରାମରାମ ହରେହରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational