ନିଖୋଜ ସମ୍ପର୍କ
ନିଖୋଜ ସମ୍ପର୍କ
ଶ୍ରୀଅଙ୍ଗ ଶୃଙ୍ଗାର ସାଜିଛି
ଆଗୋ ପ୍ରିୟତମା ତୁମ ପାଇଁ
ଶ୍ରାବଣର ପ୍ରୀତି ସ୍ପର୍ଶରେ
ଆସିନି ତୁମ ପ୍ରତୀକ୍ଷାରେ ରତ
ରାତି ଦିନ ଆଜ ଜହ୍ନ ଦେଖି
ମନେ ପଡେ ଅଧା ଗଢା ସେଇ ସ୍ମୃତି ।
ଖୋଲା ମଳୟ ତୁମସ୍ପର୍ଶ ଛୁଇଁ ଯାଏ
ସାରା ଶିର ହରି ଦିଏ ଯନ୍ତ୍ରଣାର କୋହ
ଅଧୁରା କାହାଣୀ ପୁରା ହେଉ ମୋର
ସୁଦୂର ସ୍ୱପ୍ନର କୋଣାର୍କ ସମ
ସାରା ଜୀବନକୁ ତୁମ ବାହୁ
ସ୍ପର୍ଶ ଜିଁବାକୁ ସବୁ ରାତି ହେଉ ନୂଆ ସକାଳ ।
ଜୀବନର ଅନ୍ତ ତୁମ ପ୍ରତୀକ୍ଷାରେ
ସୂର୍ଯ୍ୟ ଚନ୍ଦ୍ର ଥିବେ ଯେତେ ଦିନ
ମୋର ଆରାଧନା ମୋର ଉପାସନା
ସେଇ ଅଚିହ୍ନା ହୃଦୟ ଲୋଡ଼େ
ତୁମ ପ୍ରତୀକ୍ଷାରେ ଚିର ଶଯ୍ୟା ଯଦି
ଲୋଡ଼େ ଜିଇଁ ଯିବ ସ୍ମୃତି ନେଇ ।