STORYMIRROR

Seetaram Dash

Romance

4  

Seetaram Dash

Romance

ବନ୍ଧୁ

ବନ୍ଧୁ

1 min
144

ତମେ ବନ୍ଧୁ ତମେ ସଖା ତମେ ମୋ ବାନ୍ଧବୀ,

ହୃଦୟର ଭାବ ସବୁ ତୁମେ ପାର ବୁଝି।


ତୁମ ପ୍ରେମ ଭରିଦିଏ ମହାର୍ଘ୍ୟ ଆନନ୍ଦ,

ତୁମେ ମୋର ହସ ଖୁସି ତୁମେ ମୋର ନିଦ।


ଦେଖି ନାହିଁ ରୂପ ରଙ୍ଗ ତୁମରି ଚେହେରା,

ଲୋଡ଼ା ନାହିଁ ଧନ ଜନ ତୁମେ ମୋର ହୀରା।


ପାଇବାର ଆଶା ଅଛି ନା ଦେବାର ଦାୟିତ୍ୱ,

ତଥାପି ଏ ମନ ଖୋଜେ ପ୍ରତିଟି ମୁହୂର୍ତ୍ତ।


ତୁମରି ଖୁସିରେ ଭରେ ମୋହରି ହୃଦୟ,

ତୁମ ବିନା ମୁହୂର୍ତ୍ତେ ବି ଲାଗେ ଅସହାୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance