ନିଜରାସ୍ତା
ନିଜରାସ୍ତା
ପାରିବ ତ ବଢ଼େଇଦିଅ ତମ ଅମୃତ ପିଆଲା ନୁହେଁ
ବିଷ ର ପିଆଲା, ମୁଁ ଚାହେଁନା ଯାତ୍ରୀ ହେବାପାଇଁ
ଅମର ପଥର, ମୁଁ ତ କ୍ଳେଦାକ୍ତ ପୃଥିବୀ ର ଯନ୍ତ୍ରଣା କୁ
ଆତ୍ମାରେ ଅଙ୍ଗିକାର କରିବାକୁ ଚାହେଁ, ନାଟଜାନୁହୋଇ
ସ୍ବୀକାର କରିବାକୁ ଚାହେଁ, ଲେଖିବାକୁ ଚାହେଁ
ମୋ ପାପ ମାନଙ୍କର ଲମ୍ବା ଇସ୍ତାହାର l
ମୁଁତ ଜନ୍ମ ନେବାକୁ ଚାହେଁ ପୁଲୱାମା ରେ
ଯେଉଁଠି ପ୍ରତିଟି ରାତି ଦେଖେ ଏକ ବୁକୁଫଟା
ରକ୍ତାକ୍ତସକାଳ ରୋହିଙ୍ଗା ର ଶରଣାର୍ଥୀ ଶିବିରରେ
ଯେଉଁଠି ଘଟେନା ଅନ୍ତ ଏକ ଆଗ୍ନେୟ ବୁଭୁକ୍ଷl ର
ମୋକ୍ଷ ମୋର କାମ୍ୟ ନୁହେଁ, ମୁଁ ପଳାତକ ନୁହେଁ
ମୁଁ ମଗ୍ନ ଏ ମାଟିର ବାସ୍ନାରେ, ତେଣୁ ସନ୍ଧି କରିବାକୁ ଚାହେଁନା ପାପ ଓ ପୁଣ୍ୟ ର ବିରୋଧଭାସ ରେ ସନ୍ୟାସ ନାମରେ
ମୋତେ ଯିବାର ଅଛି ସମସ୍ତେ ମୁହଁ ଫେରାଇନେଉଥିବା
ଏକ ଅନ୍ତଃହୀନ ରାସ୍ତାରେ, ସେ ରାସ୍ତା ରେ ମୁଁ ଅଜନ୍ମ ଏକାକୀ, ସେ ରାସ୍ତା ତ ନୁହେଁ ଲୁମ୍ବିନୀ ରୁ କୁଶିନାରା ହୁଏତ
ତାଠାରୁ ଅନେକ ଆଗରେ l
