STORYMIRROR

Akshayakumar Dash

Inspirational Thriller

3  

Akshayakumar Dash

Inspirational Thriller

ନିଜର

ନିଜର

1 min
223

ଆଜି ପର୍ଯ୍ୟନ୍ତ ମୁଁ ନିଜକୁ ଭଲ ଭାବୁଥିଲି

ନିଜକୁ ବଡ ଜ୍ଞାନୀ ବା ଧନୀ କି ବିଚିତ୍ର ମାନସିକ,

ଅହଂକାରରେ ଡୁବିରହୁଥିଲି ।


କର୍ମ କ୍ଷେତରେ ,ଘରେ,ବାହାରେ,ସାଙ୍ଗକଂ ମେଳରେ

କେଉଁଠି କାହାର ଟିକେ ତୃଟିଦେଖିଲେ

ଆଡେଇ ରହୁଥିଲି,ମୋ ହିସାବରେ ଚଳୁଥିଲି।


ସଫା କହିବାକୁ ଗଲେ

ନିଜକୁ ତାଠାରୁ ଭଦ୍ର ଭାବୁଥିଲି।


ବେଳେ ବେଳେ ପୁଅ ଝିଅ ପତ୍ନୀସହିତ

କଥା କଟାକଟି କରି ଜିତୁଥିଲି ବି ହାରୁଥିଲି

ହାରିଗଲେ ସମସ୍ତକୁଁ ଭୂଲ କହୁଥିଲି

ମନ୍ଦିର ବା ମଣ୍ଡପରେ ଏକୁଟିଆ

ପ୍ରାଶ୍ଚିତ କରୁଥିଲି,

ନିଜର କଲମ ତ ଦୂର କଥା ପିନ ଟିଏବି

କିଏ ନେଇଗଲେ ବମ ଫୁଟାଉଥିଲି,

ଭିଡ଼ରେ ଯିବାକୁ ଡରୁଥିଲି,

କାହାର ଦୁଃଖ ଦେଖିଲେ ଅଣଦେଖା କରି

ବାହାରି ଆସୁଥିଲିତ ନିଜକୁ ସୁରକ୍ଷାଯୋଜନା ରେ ଥିଲି।


ବଡ ସନ୍ତର୍ପଣରେ ଲୁଚିଛପି ଗନ୍ଧକୁ ସୁଙ୍ଗୁଥିଲି

ନିଜ ଗୁଣକିଏ କାଳେ ଦେଖିଦେଵ

ଝାଡ଼ିଝୁଡ଼ିହୋଇ ବସୁଥିଲି ।


ଆଜି ଡୁବନ ଦେଲାପରେ

କୋଡ଼ିଏକୁ ଭେଟିଲାବେଳେ

କାହିଁକି କେମିତି ନଜର ଦେବାରୁ, ମୋ ବସାରେ

କୁଆ ଆସି ଛୁଆ ଦେଇଛି,

କେମିତି ବର୍ଷ ବର୍ଷର ଅଳିଆ ଗଦା

ନେଲି ଛଡେଇ ଛଡ଼େଇ ଜୀବନ କାଟିବା

ଏବେ ବୋଧେ ଆରମ୍ଭ ହେବ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational