STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

ନିଜର କିଏ

ନିଜର କିଏ

1 min
385


ଜମିଦାରଙ୍କର ଥିଲେ ଚାରି ପତ୍ନୀ

ସାନଠିଁ ଅଧିକ ମୋହ,

ଦ୍ଵିତୀୟ ତୃତୀୟ କାମଚଳା ପତ୍ନୀ

ବଡ଼କୁ ଗୁରୁତ୍ବ ନୁହଁ।


ଅଧିକ ନିଜର କେଉଁ ପତ୍ନୀ ତାଙ୍କ

କରିବା ପାଇଁ ପରୀକ୍ଷା,

ମିଛରେ କହିଲେ କର୍କଟେ ପିଡିତ

ଲିଭିଯିବ ଦୀପ ଶିଖା।


ସ୍ଵଇଚ୍ଛାରେ କୁହ କିଏ ମୋ ସହିତ

ହୋଇଯିବ ମୋର ସାଥୀ,

ସାନ ପତ୍ନୀ କହେ ନୂଆ ସାଥି ସହ

ଚାଲିଯିବି ରାତାରାତି।


ଦ୍ଵିତୀୟ ଏରୁଣ୍ଡି ତୃତୀୟ ମଶାଣି

ହେଲେ ରାଜି ଯିବା ପାଇଁ,

ପ୍ରଥମ କହନ୍ତି ଜନ୍ମ ଜନ୍ମାନ୍ତର

ତୁମ ବିନା ଗତି କାହିଁ ?


ଅବହେଳା ମୋତେ କରିଅଛ ସଦା

ଯାଇନି କୁଆଡେ ଚାଲି,

କାଲି ଥିଲି ସାଥେ ରହିଅଛି ଆଜି

ସଂଗ ଦେବି ମଧ୍ୟ କାଲି।


ଜମିଦାର ବାବୁ ଆଉ କେହି ନୁହେଁ

ଅଟୁ ଆମେ ଜଣେ ଜଣେ,

ଶେଷ ପତ୍ନୀ ଆମ ଧନ ଓ ସଂପତ୍ତି

ବେଶୀ ଭଲ ପାଉ ମନେ।


ଦ୍ଵିତୀୟ ପତ୍ନୀ ଟି ନିଜର ଘରଣୀ

ଏକଥା ସ୍ଥିର ନିଶ୍ଚିତ,

ସହ ଅନୁଗାମୀ ହେବେ ସେ ଆମର

ଏରୁଣ୍ଡି ବନ୍ଧ ପର୍ଯ୍ୟନ୍ତ।


ବନ୍ଧୁ ପରିବାର ଆତ୍ମୀୟ ସ୍ଵଜନ

ଅଟନ୍ତି ତୃତୀୟ ପତ୍ନୀ,

ମଶାଣି ପର୍ଯ୍ୟନ୍ତ ଛାଡ଼ିବାକୁ ଯିବେ

ଫେରିବେ ଦେଇ ମୁଖାଗ୍ନି।


ଅବହେଳିତ ସେ ପ୍ରଥମ ପତ୍ନୀଟି

ଆତ୍ମା ମଧ୍ୟେ ପରମାତ୍ମା,

ସ୍ବାର୍ଥେ ହୋଇ ଅନ୍ଧ କରୁ ହତାଦର

ତଥାପି କରନ୍ତି କ୍ଷମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational