STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ନିଜପାଇଁ ଶାନ୍ତିମନ୍ତ୍ର

ନିଜପାଇଁ ଶାନ୍ତିମନ୍ତ୍ର

1 min
205



ଜୀବନକୁ ସୁଖ ଦେବାପାଇଁ ଆମେ ଖୋଜୁଥାଉଁ ସଦା ଶାନ୍ତି,

ଅନୁତାପ କେବେ ହେବନାହିଁ କାମ କରୁଥିଲେ ଭାବି-ଚିନ୍ତି |


ପରିଣାମ କଥା ଆଗୁଆ ଚିନ୍ତାଲେ ବିବେକ ଜାଗ୍ରତ ହୁଏ,

ମନର ଲଗାମ ଧରିଲେ ନିଶ୍ଚୟ ଦୁଃଖ ଦୂରେ ରହିଥାଏ |


ଜିହ୍ୱା ସିନା ଖୋଜେ ସୁଆଦିଆ ଚିଜ ପେଟକହେ ନାହିଁନାହିଁ,

ସୁନ୍ଦର ଦରଵ ଦେଖି ଦେବାପାଇଁ ଆଖିହୁଏ ହାଇଁପାଇଁ |


ଉତ୍ତେଜିତ ହୋଇ କହିଲେ ଅକଥା କଟୁକଥା ପଦେ ଶୁଣି,

ଲାଭ ମିଳେନାହିଁ ଅପଯଶ ମିଳେ ଅନୁତାପ କରୁ ପୁଣି |


କହିବା ଆଗରୁ ଭାବିଲେ ଟିକିଏ ନିଜ ଈଷ୍ଟ ଶୁଭନାମ,

ସୁଖ ସହ ଶାନ୍ତି ନିଶ୍ଚୟ ମିଳିବ ପାଇବାନି ଅପମାନ |


କ୍ରୋଧଭରେ କିଛି କହିଦେଲେ ପଦେ ଫଳ ତ ଓ଼ଲଟା ହୁଏ,

ଈଷ୍ଟ ନାମ ଚିନ୍ତି କହିବାକୁ ଗଲେ, କଥାଟା ଓଲଟି ଯାଏ |



Rate this content
Log in

Similar oriya poem from Classics