STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ନିଜକୁ ନ ଭାବ ହୀନ

ନିଜକୁ ନ ଭାବ ହୀନ

1 min
13.9K



ପ୍ରଫୁଲ୍ଲ କୁମାର ସାହୁ


ଟିକି ମଞ୍ଜିଟି ମୁଁ ମାଟିରେ ପଡିଲ଼ି

ପାଇଲି ଉତ୍ତାପ ଜଳ,

ବତୁରା ମାଟିରେ ଗଜା ହୋଇଲି ମୁଁ

ମାଟି ଦେଲା ମୋତେ ବଳ ।।

ଦନି କେତୋଟିରେ ପତର ମେଲାଇ

ଉପରକୁ ଦେଲି ଚାହିଁ ,

ସୂରୁଯ ତେଜରେ ଚଉଦିଗ ହସେ

ମନ ମୋ ଉଠିଲା ଚେଇଁ ।।

ଚେରଟି ମୋହର ମାଟିରୁ ଶୋଷିଲା

ଧାତବ ଲବଣ ଜଳ,

ସୂରୁଯ କିରଣେ ଖାଦ୍ୟ ମୁଁ ରାନ୍ଧିଲି

ପତ୍ର ମୋର ପାକଶାଳ ।।

ବାୟୁରୁ ଶୋଷିଲି ଅଙ୍ଗାରକାମ୍ଳକୁ

ଅମ୍ଳଜାନ ଦେଲି ଛାଡ଼ି,

ଦିନ କେତୋଟିରେ ଡାଳପତ୍ର ମେଲି

ଶରୀର ଗଲା ମୋ ବଢ଼ି ।।

ସବୁ ବିଷ ପିଇ ଅମତୃ ବାଣ୍ଟିଲି

ଜଗତ କଲ୍ୟାଣ ପାଇଁ,

ବାଟ କଡ଼େ ଦେଖ ଛିଡ଼ା ହୋଇଛି ମୁଁ

ସେବା ମନୋଭାବ ନେଇ ।।

ଛୋଟ ବୋଲି ତୁମେ ପିଲାଏ ନିଜକୁ

କେବେ ହେଁ ନ ଭାବ ହୀନ,

ଈଶ୍ଵରଙ୍କ ଏହି ସୁନ୍ଦର ସୃଷ୍ଟିରେ

ଦୃଢ଼କର ନିଜ ସ୍ଥାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics