STORYMIRROR

Ghanashyam Biswal

Abstract Others

3  

Ghanashyam Biswal

Abstract Others

ନିଜକୁ ଚିହ୍ନିଲେ ସିନା

ନିଜକୁ ଚିହ୍ନିଲେ ସିନା

1 min
169

ଜାଣିବ ତୁମର ଅସ୍ତିତ୍ବ

ଆଉ ବୁଝିବ ଅନ୍ୟର ଭାବନା

ଦିଶିବ ତୁମକୁ ତୁମର ଦୋଷ

ଆଜି ତ ହୋଇଛ କ୍ଷମତାରେ ତୁମେ ଅନ୍ଧ

ତୁମ ପାଇଁ ତ ମୋ ପ୍ରେମ ଶୁଖିଲା ବାଲିର ବାଲିଘର

ଆଉ

ପତ୍ରଝଡ଼ା ଗଛର ଦୁର୍ଭାଗ୍ୟ ଆଉ ଦୁର୍ବଳ ପତର

ସ୍ୱାର୍ଥପର ତୁମେ

ଆଉ

ପ୍ରେମ ଦୁନିଆର ଏକ ଅପବିତ୍ର କଳଙ୍କ ବି


କିନ୍ତୁ

ମୋ ପାଇଁ ତ ମୋ ପ୍ରେମ ସୁଖର ସରଗ

ଶ୍ରାବଣର ମିଠା ପରଶ

ଆଉ

ଲକ୍ଷେ ଫଗୁଣର ସାତରଙ୍ଗ

ଆମ ପ୍ରେମର ସ୍ମୃତି ମୋ ଜୀବନର ଆଶାବାଡ଼ି

ମୋ ହୃଦୟର ସ୍ପନ୍ଦନ

ଆଉ

ରାତିର ସପନ ବି........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract