STORYMIRROR

Debabrata Mishra

Abstract Drama Action

4  

Debabrata Mishra

Abstract Drama Action

ନିଜ ସହ ଯୁଦ୍ଧ

ନିଜ ସହ ଯୁଦ୍ଧ

1 min
360


ଅବତୀର୍ଣ୍ଣ ହେବାକୁ ଯାଉଛି ସେ

ନିଜ ସହ ନିଜର ଅନ୍ତର ଯୁଦ୍ଧରେ

ବରଫକୁ ଶୀତଳ କରିବ

ଅଗ୍ନିକୁ ଆହୁରି ଜାଳିବ, 

ସେ ଯୁଦ୍ଧରେ କେବଳ ଯୁଦ୍ଧ ହିଁ ଜିତିବ

ବାକି ପକ୍ଷ ବିପକ୍ଷ ସମସ୍ତେ ହାରିବେ,


ତା' ଯୁଦ୍ଧ ଆଶାର ଆକାଶ ସହ

ଆକାଶର ଅମାବାସ୍ଯା ସହ

ଅମାବାସ୍ଯାର ଚନ୍ଦ୍ର ସହ, 

ସେ ସମୟକୁ ବାନ୍ଧିପାରିବନି ଜାଣେ

ବୟସକୁ ରୋକିପାରିବନି ଜାଣେ

ତଥାପି ରଣକ୍ଷେତ୍ରରେ 

ନିଜକୁ ହରାଇବା ପାଇଁ ଲଢିବ

ନିଜକୁ ହରାଇ ଜିତିବାକୁ ଲଢିବ, 


ତା' ଯୁଦ୍ଧରେ ରହିବନି ଗୋଳାବାରୁଦ 

ଅବା ଅସ୍ତ୍ର, ତରବାରୀ, ରକ୍ତପାତର ଦୃଶ୍ଯ

ରହିବ କେବଳ ଭାବର ମାଟି, ଭାବନାର ଖରା

ପ୍ରକୃତିର ମଣିଷଠୁ ନେଇ ମଣିଷର ପ୍ରକୃତି ଯାଏ, 

ସେ କାହାକୁ ହରାଇବନି 

କାହାଠାରୁ ଜିତିବାର ପଣ ନାହିଁ ତା'ର, 


ବିବେକକୁ ସାକ୍ଷୀ କରି ରଖିବ

ମନର ପକ୍ଷୀକୁ ଉଡ଼ିବାକୁ କହିବ

ଏକ ନିର୍ଦ୍ଦିଷ୍ଟ ସୀମାରେଖାରେ, 

ଲୁହକୁ କୁତୁକୁତୁ କରି ହସାଇବ

ଜୀବନ କୁ ତା'ର ଜୀବନୀ ଦେଖାଇ

ଜୀଇଁବାର ମନ୍ତ୍ର କରିବ ଉଚ୍ଚାରଣ,

ତା'ଯୁଦ୍ଧରେ ମଣିଷ ଜିତିବ ଈଶ୍ବର ଜିତିବେ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract