Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Abstract Inspirational

3  

Prasanna Kumar Madala

Abstract Inspirational

ନିଜ ଇଚ୍ଛା ମୁତାବକ

ନିଜ ଇଚ୍ଛା ମୁତାବକ

1 min
11.6K



ଘର ଅଗଣାରେ    ଲାଗିଥିବା ନିଆଁ

ବ୍ୟାପୁଛି ଭିତରେ ପଶି

କାନ୍ଥ ଚଉକାଠ    ଫାଟି ଫାଟି ଯାଏ

ପରସ୍ତ ପରସ୍ତ ଖସି ।

ଦେହମନ ସାଥେ    ଧନଜୀବନ ବି

ହୁତୁହୁତୁ ହୋଇ ଜଳେ

ଜଳିନି ଏଯାଏଁ      ଗର୍ହିତ ସମ୍ପର୍କ

ଥିଲା ଯା' ଶତାବ୍ଦୀ ତଳେ ।

ଲିଭାଇବା ପାଇଁ    କେହି ନାହିଁ ଏଠି

ଦୂରେ ଥାଇ ଅବିବେକୀ

ଦେଶ ମୋ' ଜଳାଇ ଉତ୍ତାପେ ପାପିଷ୍ଠ

ଦେହକୁ ନେଉଛୁ ସେକି ।

ଧର୍ମର ପ୍ରଦୀପ     ଲିଭାଇଛୁ ସିନା

ବୋଲାଇ ଧାର୍ମିକ ବଡ଼

ଲିଭିନାହିଁ ଚିତା    ଜଳିବ ବୋଲି ତ

ନିଇତି ଭାଇର ମଢ଼ ।

ଉର୍ବରକ ହୋଇ    ମିଶିବୁ ପଛେ ଏ'

ବୀରପ୍ରସବିନୀ ଭୂମେ

କୃତ କର୍ମଫଳେ    ଭୂଗୋଳ ସହିତ

ନିଶ୍ଚିହ୍ନ ହୋଇବ ତୁମେ ।

ଛଡାଇ ନେବାକୁ     ସଙ୍କଳ୍ପ କରିଛୁ

ନିଜ ଇଚ୍ଛା ମୁତାବକ

ଯାହା ହେଉ ତିଳେ   ଭୂମି ଛାଡିବୁନି

ଥିବା ଯାଏଁ ଚନ୍ଦ୍ର ଅର୍କ ।

ଅକାଳ ମରୁଡ଼ି     କ୍ଷୁଧା ମହାମାରୀ

ସହି ବି ପ୍ରସ୍ତୁତ ଆମେ

ବଳେ କଉଶଳେ     ବିଜୟ ଲଭିବୁ

ପରିଶେଷ ପରିଣାମେ ।

ଦେଶର ବଇରୀ   ସାଥେ ଯୁଝି ପଛେ

ହାରିବୁ ନିଜର ପ୍ରାଣ

ଭାରତମାତାର    ଜୟଗାଥା କେବେ

ହେବନାହିଁ ପରିମ୍ଳାନ ।


Rate this content
Log in

Similar oriya poem from Abstract