Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

ନୀତି ଆଜି ଚାଲଇ ଲବି ଦ୍ୱାରା

ନୀତି ଆଜି ଚାଲଇ ଲବି ଦ୍ୱାରା

1 min
202



ପାଗ ବିଗିଡିଛି ମଉସୁମୀ ଆଉ 

ଦେଖା ଯାଉ ନାହିଁ

ବରଷା ଠିକ ସମୟରେ ରୁତୁ 

ନେଇ ହଉ ନାହିଁ ।୧।


ମରୁଭୂମି ଆଜି ଦେଖିବ ଧରଣୀ ମା 

ମାଟି ସାରା

ବିନାଶ ପଥେ ଚାଲଇ ସମସ୍ତ ଗଢ଼ା

ଧାରା ।୨।

         

ନଈ ନାଳ ଯେତେ ସବୁ ପାଣି ଅଭାବେ 

ଶୁଖି ଗଲାଣି

ବିଲ ବାଡି ସବୁ ବର୍ଷା ବିହୁନେ ଫାଟି 

ଆଁ କଲାଣି  ।୩।


ନାହିଁ ଚାଳ ଘର ମଣିଷ ଘରେ 

ଶାନ୍ତିରେ ବସି ପାରୁନି 

ଜୀବନ ପ୍ରାଣ ଅସ୍ତବ୍ୟସ୍ତ ଲାଗୁଛି,

ଶୋଇ ବି ହଉନି ।୪।

 

କୁଆଡକୁ ଯିବ, ସବୁ କଂକ୍ରିଟଭରା,

ଗଛ ତ ନାହିଁ

ଏଡେ ଖରା, ଘର ବାହାରକୁ ତ 

ହେବନି ଯାଇ ।୫।


ଅସହ୍ୟ ତାତି, ସ୍ଥିତି ହୋଇଛି

ଜଳ ସଂକଟର

ଅବସ୍ଥା ହୋଇଛି ଆଜି ସମ୍ଭାବନା

ଅଂଶୁଘାତ ସୃଷ୍ଟିର  ।୬।


ପ୍ରକୃତିର ସୃଷ୍ଟିର ଧାରା ସବୁ ଅଟେ 

ବଡ ବିଚିତ୍ର,

ଆମେ କାଟୁଛୁ ଗଛ, ପରିସ୍ଥିତି ହୋଇଛି 

ଅଣଆୟତ  ।୭।


ଘନ ଘନ କାଳ ବଇଶାଖୀ, ପ୍ରକୃତି

ହୁଏ ଜ୍ୱାଳାମୁଖୀ,

ତାର ପ୍ରଭାବ, ଉଜୁଡାଇବ ତ ଧରା, 

ହୋଇ ଧ୍ୱଂସମୁଖୀ ।୮।


ମାସ୍କ ପିନ୍ଧ, ଗାମୁଛା ଘୋଡାଅ, କାମ 

କରୁ ନାହିଁ କିଛି

ଦୂଷିତ ହୋଇଛି ପରିବେଶ, ନିଆଁ 

ହୁଳା ପଡୁଛି ।୯।


ଦୋଷ କାହାର, ଆମେ ସବୁ ଧ୍ୱଂସର 

କାରଣ ହେଲେ

ସମସ୍ତ ବାରଣ ନମାନି ପ୍ରକୃତି ମା 

ମାଟିକୁ ଲୁଟିଲେ ।୧୦।


ଭାବୁଛେ ଏବେ, କ'ଣ ସବୁ ହୋଇ 

ଗଲାରେ

ଥାଟ ତ ଛାଡିନେ, ବିଭୀଷିକାମୟ 

ପ୍ରଳୟରେ ।୧୧।


ପ୍ରକୃତିର ସୌନ୍ଦର୍ଯ୍ୟ ସଦା ଅଟଇ 

ନିଆରା ସତ

ସାଜି ଧ୍ୱଂସର ଦାନବ ଝରାଉଛେ 

ଲୁହ ଅବିରତ ।୧୨।


ସ୍ୱାର୍ଥଲୋଭୀ ମଣିଷ ଏ.ସି. ରେ ରହି 

ମନରେ ଭାବନ୍ତି

କଅଣ କରିବ ଏହି ଝାଞ୍ଜି ପବନ ଓ 

ଅସହ୍ୟ ତାତି ।୧୩।


ସ୍ୱାର୍ଥଲୋଭୀ, ସ୍ଥିତିକୁ ନେଇ କରନ୍ତି 

କେତେ ରାଜନୀତି

ହଜାରେ ଗଛ ହାଣି, ଫଟୋ ଛାଡନ୍ତି, 

ଏକ ଗଛ ପୋତି ।୧୪।


ସ୍ୱାଧୀନ ହୋଇଛେ, ପାଇଛେ ଆଜି 

ସ୍ୱତନ୍ତ୍ରତା ପରା

ଶୋଷଣ ଧର୍ଷଣ ବଢ଼ୁଛି, ନୀତି ଆଜି 

ଚାଲଇ ଲବି ଦ୍ୱାରା ।୧୫।


ଅବସ୍ଥା ଏମିତି ହେବ, ତ୍ରାହି ତ୍ରାହି 

ସରବେ ଡାକିବ 

ବିଶୁଦ୍ଧ ପବନ ପାଣି ମିଳିବନି ବହପ 

କାହାକୁ ଦେଖାଇବ ।୧୬।


କିଛି ମଣିଷ ନିଜେ ହୋଇଛନ୍ତି ପରା  

କଲମଧାରୀ 

ଘରେ ବସି ଲେଖନ୍ତି କେତେ ଦଙ୍ଗାର

-ବାଂଶୋରୀ ।୧୭।


କିଏ ଲେଖେ ସଂଗୀତ ଚିର ସତ୍ୟ 

ପ୍ରେମର-ବାଂଶୋରୀ,

କିଏ ଲେଖେ ଘୃଣ୍ୟ ସଙ୍ଗୀତ ଯୁଦ୍ଧର

-ବାଂଶୋରୀ ।୧୮।


କିଏ ବୁଝେଇବ, କାହିଁକି ବା ବୁଝେଇବ 

ଏ ସାହିତ୍ୟିଙ୍କକୁ

ଶୁଣିବ ବା କିଏ, ମାନପତ୍ର ପାଇବା ନିଶା 

ଘାରିଛି ଯାହାଁକୁ ।୧୯।


ଏବେ ବେଳ ଅଛିକି କୁହ, ସ୍ବପ୍ନ-ମହଲରେ

 ମଜ୍ଜିବାକୁ 

ଶାନ୍ତିରେ କେମିତି ରହିବା, ମାତିବ ଯଦି 

ବିଷାକ୍ତ ଭରିବାକୁ ।୨୦।



Rate this content
Log in

Similar oriya poem from Abstract