STORYMIRROR

Binodini Dash

Abstract Inspirational

4  

Binodini Dash

Abstract Inspirational

ନୀରବତା

ନୀରବତା

1 min
340



କେତେ ସତେ ଭଲ ପ୍ରିୟାଟି ମୋହର

ବୁଝଇ ମୋ ନୀରବତା

ତା' କର୍ତ୍ତବ୍ୟ କର୍ମ ସୂଚାଇ ଦିଅଇ

ସମ୍ପର୍କର ମଧୁରତା ।


ମୋ ଉଦାସ ଆଖି ଟିକେ ଦେଲେ ଦେଖି

ବସିଯାଏ ପାଖେ ଆସି

ଲୁହ ଢଳଢଳ କରି ତା'ର ନେତ୍ର

କଥା କହଇ ଆଶ୍ବାସି ।


ତାହାର ପରଶ ଭରଇ ହରଷ

ଲିଭଇ ମନୁ ସନ୍ତାପ

ସୁଧା ସମ ସେହି ମଧୁବୋଳା କଥା

ସତେ ମୋ ଜୀବନ-ଦୀପ !


ଦୁଃଖୀ ସଂସାରରେ ଥିଲେ ବି ସାଥିରେ

ନକରି ନିକିଏ ଦୁଃଖ

ମିଶାଇ ଚାଲଇ ମୋ ପାଦରେ ପାଦ

ସବୁ ଦୁଃଖ ମଣି ସୁଖ ।


ଚୁପିଚୁପି କାନେ କହଇ ପଦିଏ

ମୁଁ ତୁମ ଦେହର ଛାଇ

ତୁମ ନୀରବତା ଭାରି ଭଲ ଲାଗେ

ମୋ' ନୀରବତା ପାଇଁ ।


ଯେତେ ବି ସମସ୍ୟା ପରା ସମାଧାନ

ରହିଥିଲେ ନୀରବତା

ବକବକ ହୋଇ ଶାନ୍ତି ନଷ୍ଟ କରି

କିଆଁ ବଢ଼ାଇବି ଚିନ୍ତା ।


ସାଥୀ ପରା ଆମେ ସାତ ଜନମକୁ

ଈଶ୍ବରଙ୍କର ଇଚ୍ଛାରେ

ଯେତେ ଦୁଃଖସୁଖ ତାଙ୍କୁ ସମର୍ପିବା

ଭକ୍ତିଚିତ୍ତେ ନୀରବରେ ।।


Rate this content
Log in

Similar oriya poem from Abstract