STORYMIRROR

Rajashree Acharya

Abstract

2  

Rajashree Acharya

Abstract

ନୀରବତା ର ଶବ୍ଦ ତଳେ

ନୀରବତା ର ଶବ୍ଦ ତଳେ

1 min
153

ନୀରବତା ର ଶବ୍ଦ କୋଳେ

ନିତି ମୋ ମନ ଭୋଳେ

ସେଇ ଶବ୍ଦ କୁ ଅନୁଭବ କରି

ସ୍ଵସ୍ଥ ର ଶ୍ୱାସ ମାରି

ଚାଲି ଯାଏ ଦୂର ରାଇଜ କୁ

ଛୁଇଁ ଯାଏ ଧଳା ବାଦଲ କୁ

ହୃଦୟରେ ଶୂନ୍ୟ ମନ୍ଦିର ତୋଳେ

ନିତି ସେଠି ସନ୍ଧ୍ୟା ଦୀପ ଜାଳେ

ପ୍ରାଣ ଦେବତାଙ୍କୁ ମୁଁ ଝୁରେ

ଦିବ୍ୟ ପଦ ଯୁଗଳ ମୋ ଅଶ୍ରୁ ଧୋଏ

ମନ ବିକଳି କହେ ଆସ ହେ ଦିବ୍ୟ ପ୍ରାଣ

ଚକ୍ଷୁ ତୁମ୍ଭ ପ୍ରତୀକ୍ଷା ରେ


ନୀରବତା ର ଶବ୍ଦ ତଳେ 

ନିତି ମୁଁ ଦୀପ ହୋଇ ଜାଳେ

ସେଇ ଶବ୍ଦ କୁ କରେ ଅନୁକରଣ

ପବିତ୍ର କରେ ମୋ ଅନ୍ତଃକରଣ

ସେଇ ପବିତ୍ରତା ଆଣିଦିଏ

ଶକ୍ତି ଯାହା ଦୁନିଆ ର ସମସ୍ତ ବାଧା ବିଘ୍ନ କୁ ଲଢ଼ି ପାରେ

ଭକ୍ତି ଯାହା ମୋ ଆତ୍ମାକୁ ଦିବ୍ୟ ପ୍ରାଣ ସହ ମିଶେଇ ଦେଇ ପାରେ

ସେଇ ନୀରବତା ମଧ୍ୟେ ହଜିଯିବାକୁ ଇଛା ହୁଏ

ହଜି ଯିବାକୁ ଇଚ୍ଛାହୁଏ ନୀରବତା ର ପ୍ରତୀକ ସବୁଜ ସମ୍ଭାର ମଧ୍ୟେ

ଇଛା ହୁଏ ସତେ ହଜିଯିବାକୁ ଦିବ୍ୟପ୍ରାଣ ମଧ୍ୟେ


ନିରବତା ର ଶବ୍ଦ ତଳେ

ଆଖିରୁ ଲୁହ ଉଛୁଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract