STORYMIRROR

Sushree sangita Swain

Abstract

2  

Sushree sangita Swain

Abstract

ନୀରବ ସଂଘର୍ଷ

ନୀରବ ସଂଘର୍ଷ

1 min
118

ଜୀବନ ର ସଂଜ୍ଞା ଖୋଜେ

ହୁଏ ପରାହତ

ବଞ୍ଚିବାର ଅନ୍ୟ ନାମ ଜୀବନ ଯଦିବା ହୁଏ

ମୃତ୍ୟୁ ର ଆଶଙ୍କା ରେ, ପ୍ରତିକ୍ଷଣ ହୁଏ ଆତଙ୍କିତ

ସୁଖର କାମନା ରେ, ସ୍ବପ୍ନ ଦେଖେ ବିଳାସ ର

ସମ୍ଭୋଗ ର ଅଦମ୍ୟ କାମନା

ସୃଷ୍ଟି କରେ ଶିରା ପ୍ରଶିରା ରେ, ତୀବ୍ର ଉତ୍ତେଜନା

କି ଅଛି ଏ ଜୀବନେ ଅବା

କିଛି ରୋଗ, କିଛି ଶୋକ

କିଛି ସ୍ବପ୍ନ, କିଛି ବାସ୍ତବତା

ଦୁଶ୍ଚିନ୍ତା ର ଅନେକ ମୁହୂର୍ତ

ତଥାପି ଏ ଜୀବନ ମଧୁମୟ

ଏହାର ଅନ୍ୟ ନାମ

ଅନ୍ତହୀନ ନିରବ ସଂଗ୍ରାମ |


Rate this content
Log in

Similar oriya poem from Abstract