STORYMIRROR

rasmi maye pati

Romance

3  

rasmi maye pati

Romance

ନୀରବ ପ୍ରେମ

ନୀରବ ପ୍ରେମ

1 min
264


ଆହା ବିଚର ଟି ସତେ କେତେ 

   ଯେ ଚାହୁଁଚି

ସିଏ ପରା ନିରୁପାୟ ସ୍ତବ୍ଧ 

  ହୋଇଅଛି !!!!!


ସେ ପରା ନିର୍ଜୀବ ଜଡ

 ରଙ୍ଗ ରସ ହୀନ

ଉଧାର ଆଣିଛି ରଙ୍ଗ 

  ଉଧାରିଛି ପ୍ରେମ।।।


ମଗା ଯଚା ତିଅଣରେ 

  କିବା ସୁଖ ଥାଏ

ଉଧାର ପ୍ରେମରେ କିବା 

  ଆତ୍ମ ତୃପ୍ତି ହୁଏ ।।।


ପର ଶାଢ଼ୀ ପିନ୍ଧି ହାଟ

 ଗଲେ କି ଆନନ୍ଦ

ନିଜ ପାଖେ ଥିଲେ ଅଳ୍ପ 

  ସେଥିରେ ସନ୍ତୋଷ ।।।


ସେ ନିର୍ଜୀବ ଜଡ ଦେହେ 

  କେତେ ଯେ କୁହୁକ

କିଏ କହେ ମୁଁ ତୋ ପ୍ରିୟା

  ମୁଁ ତୋର ଭାବୁକ ।।।।


କବି ହଜେ ମାେ ଭାବରେ

  ମଜେ ମାେ ରୂପରେ

ମୁଁ ପରା ଚାହୁଁଚି ତାକୁ 

  ଗବାକ୍ଷ ଫାଙ୍କରେ ।।।।


ମାେ ଲାଗି ସେ ପରା ଅଟେ 

  ଶବ୍ଦର ବିନ୍ଧାଣୀ

ଶବ୍ଦ ପରେ ଶବ୍ଦ ତୋଳି 

 ମନ୍ଦିର କଲାଣି ।।।


ନିରିମାଖି କୁମୁଦିନୀ 

  କେତେ ଯେ ଝୁରୁଛି

ସେ ପରା ମୋ ପ୍ରିୟା ବୋଲି

  ସଭିଙ୍କୁ କହୁଛି ।।।।


ସାଗରର ନୀଳ ଉର୍ମୀ

  ମତେ କେତେ ଝୁରେ

ଅହରହ ଗର୍ଜୁଥାଏ

  ପ୍ରେମ ସଙ୍ଗୀତରେ ।।।।


କି ଭାବେ କରିବି ପ୍ରେମ

   ମୁଁ ତ ରଙ୍ଗହୀନ

ଉଧାର ଆଣିଛି ପ୍ରେମ 

  ରବିଠୁ କିରଣ ।।।।


ଉଧାର ପ୍ରେମରେ କିବା

  ପେଟ କି ପୂରିବ

କେତେ ଦେବି କଇଁକୁ ମୁଁ

 ଊର୍ମୀ ବି ମାଗିବ ।।।।।


ଆଞ୍ଜୁଳେ ଶେଫାଳି ନବ

  କବି ମୁଠେ ନବ

କେଉଁଠୁ ଆଣି ବି ଏତେ

  ପ୍ରଣୟର ଭାବ ।।।।


ସେଥିପାଇଁ ଚାନ୍ଦ ବୋଧେ 

  ସ୍ତବ୍ଧ ହୋଇଗଲା

ନିରୁପାୟ ପ୍ରେମିକଟି 

 ଚାହିଁ ରହିଥିଲା ।।।।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance