STORYMIRROR

Debadatta Jena

Romance Tragedy

2  

Debadatta Jena

Romance Tragedy

ନୀରବ ଝଡ଼

ନୀରବ ଝଡ଼

1 min
153


ପାପ ଓ ପୁଣ୍ୟର ନିକିତି ତଉଲି


ଏ କାଉଲ ଖେଳଇ


ଚକା ଭଉଁରୀ..!


ନୀରବ ଝଡ଼ର ଘୁର୍ଣ୍ଣି ବଳୟେ


ନିଃଶେଷ ଆଶ୍ଲେଷ ,ସେ ପରା..


ଅଟଇ ଚନ୍ଦ୍ରମଉଳି..!


ଚନ୍ଦ୍ର ବିଧୌତ ରଜନୀ ଗୋ ତୁମେ


ସେ ଅମାବାସ୍ୟା ଚନ୍ଦ୍ର..


ତୋଳଇ ତୋପାଇଁ ସୁନୀଳ କଇଁ ..!


ଚିତ୍ରଲେଖା ସାଜି ଅସ୍ତରାଗ ନୀଳେ


ତୁମ ବିଧୂ ଦଂଶନେ ପରା


ଲଭଇ ପିୟୁଷ ମୋକ୍ଷ କାହିଁ ..?


ଚନ୍ଦ୍ର ଜ୍ୟୋସ୍ନାଗୋ ତଵ ଚିତ୍ର ପ୍ରତୀଚୀ


ଏଇ ଦିଗବଳୟେ ଦିଶେ


ଅସ୍ତରାଗର ଜାହ୍ନବୀ..,


ନୀଳ ନିର୍ବାଣ ଜ୍ୟୋତି ଦ୍ୟୁତି କାନ୍ତି


ଏଇ ମରୁ ଉଦ୍ୟାନେ...ତୁମେ ଯେ,


ମୃଗନାଭି ନୀଳ କସ୍ତୁରୀ ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance