STORYMIRROR

Manjulata Singh

Inspirational

3  

Manjulata Singh

Inspirational

ନଈର ବ୍ୟଥା

ନଈର ବ୍ୟଥା

1 min
13.4K


ନଈ ଟିଏ ମୁଁ ଯେ କହେ ମୋ କାହାଣୀ

ଶୁଣି ଯାଅ ଟିକେ ଭାଇ

ପ୍ରଦୂଷିତ ଆଉ କରନାହିଁ ମୋତେ

ଛଟପଟ ହୁଏ ମୁହିଁ

ବିଷ ବଳୟ ମୁଁ ପାଲଟି ଗଲିଣି

ଆବର୍ଜନା ଦେହେ ଧରି

"ଜଳ ହିଁ ଜୀବନ" ଜାଣିକି ବି ତୁମେ

ଦେଉଛ ଅଳିଆ ଭରି

ପିଇବାକୁ ଜଳ ଟୋପେ ମିଳିବନି

ପାଣି ପାଲଟିଲେ ବିଷ

ବେଳ ଥାଉଁ ହୁଅ ସତର୍କ ନୋହିଲେ

ସବୁ ହୋଇଯିବ ଶେଷ...


ମଞ୍ଜୁଲତା ସିଂ

ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational