STORYMIRROR

Manjulata Singh

Inspirational

2  

Manjulata Singh

Inspirational

ଆଉ ଥରେ ଆସ ବାପୁ

ଆଉ ଥରେ ଆସ ବାପୁ

1 min
3.5K


ବାପୁ ତୁମେ ଆସ ଆଉ ଥରେ ପୁଣି

ସତ୍ୟ ଅହିଂସାକୁ ନେଇ

ଦେଖି ଯାଅ ତୁମ ସ୍ୱାଧୀନ ଭାରତ

ଯାହା ଯାଇଥିଲ ଦେଇ

ଯେଉଁ ଭାରତକୁ ଗଢ଼ିଥିଲ ତୁମେ

କେତେ ଲହୁଲୁହ ଦେଇ

ତୁମ ବିନା ବାପୁ ସେ ଭାରତ ପରା

ଯାଇଛି ଶ୍ରୀହିନ ହୋଇ

ସତ୍ୟ ଧର୍ମ ନାୟ ନାହିଁ କିଛି ଏଠି

ସବୁ ଯାଇଛି ବଦଳି

ହିଂସା କବଳିତ ମଣିଷ ଖେଳୁଛି

ମଣିଷ ରକ୍ତରେ ହୋଲି

ଭାଇଚାରା ଭାବ ନାହିଁ ଏଠି ଆଉ

ମଣିଷ ଭୁଲିଛି ପ୍ରେମ

ମଣିଷପଣିଆ ମରିତ ସାରିଛି

ହଜିଛି ମାନବ ଧର୍ମ

ଦିନ ଦିପହରେ ଧର୍ଷିତା ହେଉଛି

କୁନିଝିଅ ରାଜ ଦାଣ୍ଡେ

ଦୁର୍ନୀତି ଅସତ୍ୟ ଅଧର୍ମର ଜୟ

ଶୁଭଇ ସବୁରି ତୁଣ୍ଡେ

କୁଟିଖାଅ କାଟି ପିନ୍ଧିବା କଥାକୁ

କେବେଠୁ ଗଲେଣି ଭୁଲି

ବିଦେଶୀ ଜିନିଷ କରନ୍ତି ଆଦର

ଦେଶୀ ଜିନିଷ କୁ ଭୁଲି

ତୁମ ବିନା ବାପୁ ସୁନାର ଭାରତ

କେତେ ଅସହାୟ ଆଜି

ଭାରତ ମାତାର ମମତା ପଣତ

ଲୁହରେ ତ ଯାଏ ଭିଜି

ଛାତି ପାତି ଦେଲ ଗୁଳି ଆଗେ ତୁମେ

ଏ ଦେଶ ସ୍ୱାଧୀନ ପାଇଁ

ତାହାର ମୂଲ କି ବୁଝିଲା କିଏସେ

ଏ ଦେଶ ସନ୍ତାନ ହୋଇ

ଫେରି ଆସ ବାପୁ ଯେଉଁ ରୂପେ ହେଉ

ପୁଣି ଏ ଭାରତ ବର୍ଷେ

ତୁମରି ସ୍ବପ୍ନର ରାମ ରାଜ୍ୟ ପୁଣି

ଗଢି ଦିଅ ଏହି ଦେଶେ

ସତ୍ୟ ଅହିଂସା ଫେରିଆସୁ ପୁଣି

ତୁମ ସାଥେ ହସି ହସି

ହସୁ ପୁଣି ଆମ ସ୍ୱାଧୀନ ଭାରତ

ହସନ୍ତୁ ଭାରତବାସୀ..


ମଞ୍ଜୁଲତା ସିଂ

ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational