STORYMIRROR

Manjulata Singh

Others

3  

Manjulata Singh

Others

ଚଲାପଥ

ଚଲାପଥ

1 min
14.2K


ଚଲାପଥ


ଚଲାପଥ କେବେ ଉଠାଣି ଗଡ଼ାଣି

କେବେ ନିଦାଘର ତାତି

କେବେ ଚଇତାଳି କେବେ ମରୁବାଲି

ପୂନେଇଁ ପଖଳା ରାତି

ଯିବା ଆସିବାର କେତେ ପଦଚିହ୍ନ

ସାଇତା ତା ବୁକୁ କରେ

ଅଚିନ୍ହା ମୁହଁଟି ହୋଇଯାଏ ଚିନ୍ହା

ଏଇ ଚଲାପଥ ପରେ

ଚାଲୁ ଚାଲୁ କିଏ ହୋଇଗଲେ ଭେଟ

ହସ ଟିକେ ଦେବା ଭେଟି

ଫୁଲ ଅବା କଣ୍ଟା ଯାହା ଥାଉ ବନ୍ଧୁ

ନେବା ଅଧା ଅଧା ବାଣ୍ଟି

ଦୁଃଖ ଆଉ ଦୁଃଖ ପରି ଲାଗିବନି

ସାଥୀ ହୋଇ ଚାଲୁ ଥିଲେ

କଣ୍ଟକିତ ପଥ ହେବ ଯେ ପୁଷ୍ପିତ

ହସ ଖୁସି ବାଣ୍ଟୁ ଥିଲେ..


ମଞ୍ଜୁଲତା ସିଂ

ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍