STORYMIRROR

Manjulata Singh

Others

2  

Manjulata Singh

Others

ଭାରି ଭଲ ଲାଗେ ଗାଆଁ

ଭାରି ଭଲ ଲାଗେ ଗାଆଁ

1 min
13.6K


ଭାରି ଭଲ ଲାଗେ ଗାଆଁ


ଭାରି ଭଲ ଲାଗେ ଗାଆଁ

ଭଲ ଲାଗେ ତାର ସଞ୍ଜ ସକାଳ

ଚଇତି ପବନ ଛୁଆଁ

ଯେଉଁଠି ହସଇ ଜହ୍ନ

ବୁଣି ଦିଏ ତାର ରୂପେଲି ଜୋଛନା

ଆନମନା ହୁଏ ମନ

ଯେଉଁଠି କାକର ଝରେ

ମୁଠା ମୁଠା ମୋତି ଘାସ ପତରରେ

ବୁଣିଦିଏ ସରାଗରେ

ଫଗୁଣ ଯେଉଁଠି ହସେ

ଆମ୍ବ ବଉଳର ବାସନା ଚୋରାଇ

ପବନ ମହକି ବାସେ

ଯେଉଁଠି କୋଇଲି ଗାଏ

ତୋଟା ଗହଳରୁ ମିଠା ସୁର ତାର

ରହି ରହି ଶୁଭୁ ଥାଏ

ଫୁଲରେ ଝୁଲଇ ଅଳି

ପବନ ଯେଉଁଠି ଧାନକ୍ଷେତ ଛୁଇଁ

ଖେଳୁଥାଏ ଲୁଚକାଳି

ଶୀତର ପହିଲି ଛୁଆଁ

ଭଲଲାଗେ ତାର ଶୀତ ପାହାନ୍ତିର

ଧାନଉଁଷା ନିଆଁପୁଆଁ

ଭାରି ସୁନ୍ଦର ମୋ ଗାଆଁ

ମମତା ଭିଜା ତା ମାଟିର ମହକ

ସବୁ ତାର ମନ ଛୁଆଁ.....

ମଞ୍ଜୁଲତା ସିଂ

ଭୁବନେଶ୍ୱର


Rate this content
Log in