STORYMIRROR

Manjulata Singh

Others

3  

Manjulata Singh

Others

ବନ୍ଧୁ

ବନ୍ଧୁ

1 min
14.2K


ପିତାମାତା ପରେ ଆଉ ଯଦି କିଏ

ସବୁଠି ସାଥିରେ ଥାଏ

ସିଏ ପରା ବନ୍ଧୁ ସାରା ଜୀବନ ର

ସ୍ନେହ ଡୋରେ ବନ୍ଧା ଥାଏ

ହସରେ କାନ୍ଦରେ ସୁଖରେ ଦୁଃଖରେ

ପାଶେ ପାଶେ ରହିଥାଏ

ଆଖିର ଲୁହକୁ ଛାତିର କୋହକୁ

ଅଧା ଅଧା ବାଣ୍ଟି ନିଏ

ଚଲା ପଥେ ଯେବେ ଆସେ ଝଡ ଝଞ୍ଜା

ଭାଙ୍ଗିପଡେ ଏଇ ମନ

ଦେବଦୂତ ସାଜି ପାଶେ ହୁଏ ଠିଆ

ସଜାଡିବାକୁ ଜୀବନ

କହିବା ଆଗରୁ ବୁଝେ ମନ କଥା

ବାପା ଆଉ ମା ପରି

ଅବାଟରେ ଗଲେ ବାଟ କାଢିନିଏ

ବନ୍ଧୁର ହାତକୁ ଧରି

ବନ୍ଧୁଥିଲେ ପରା କୃଷ୍ଣ ସୁଦାମାର

ପୁରାଣର କଥା ଏହି

ସେ ବନ୍ଧୁପଣିଆ ଭାବର ସମ୍ପର୍କ

ଯୁଗେ ଯୁଗେ ଅଛି ରହି

ପ୍ରକୃତ ବନ୍ଧୁ ସେ ବନ୍ଧୁ ଠାରୁ କେବେ

ଖୋଜେ ନାହିଁ ପ୍ରତିଦାନ

ପରଶମଣି ସେ ତାହାରି ଛୁଆଁରେ

ନିମ୍ବ କୁ କରେ ଚନ୍ଦନ

ଜୀବନରେ ଯଦି ଭଲ ବନ୍ଧୁ ଟିଏ

ମିଳିଛି ତୁମକୁ ଭାଇ

ବନ୍ଧୁତ୍ବର ଏଇ ମଧୁର ସମ୍ପର୍କ

ରହୁ ଅମଳିନ ହୋଇ....



ମଞ୍ଜୁଲତା ସିଂ

ଭୁବନେଶ୍ୱର


Rate this content
Log in