STORYMIRROR

Manjulata Singh

Others

2  

Manjulata Singh

Others

ହେ ସାଇ

ହେ ସାଇ

1 min
14.5K



ହେ ସାଇ... ତୁମକୁ କୋଟିଏ ପ୍ରଣାମ

ଅନ୍ତରୁ ଜଣାଏ ମୁହିଁ

ତୁମେ ସର୍ବବ୍ୟାପୀ କରୁଣା ବାରିଧି

ହେ ମୋର ପ୍ରିୟ ସାଇ

ତୁମ ପାଇଁ ପରା ସଭିଏଁ ସମାନ

ଗରିବ ହେଉ କି ଧନୀ

ଢ଼ାଳିଦିଅ ତୁମ କରୁଣା ଆଶୀଷ

ସବୁରି ମନକୁ ଜାଣି

କେତେ ଯେ ଆଖିରୁ ପୋଛି ହୁଏ ଲୁହ

ଛୁଇଁଲେ ଦ୍ଵାରକାମାୟୀ

କେତେଯେ ଭୋକିଲା ପେଟ ଯାଏ ପୁରି

ତୁମରି ପ୍ରସାଦ ପାଇ

ପ୍ରତିଟି ହୃଦୟେ ବାଣ୍ଟିଦିଅ ତୁମେ

ଦୟା, ପ୍ରେମ, କ୍ଷମା, ଶାନ୍ତି

ତୁମେ ଅନ୍ତର୍ଯ୍ୟାମୀ ଦୟାମୟ ପ୍ରଭୁ

ତୁମେ ଅଗତିର ଗତି

ଶ୍ରଦ୍ଧା.. ସବୁରୀ ର ମହାମନ୍ତ୍ର ତୁମେ

କାନେ କାନେ ଯାଅ କହି

ଭଲ ପାଇବାର ଅମୃତ ଧାରା

ସବୁ ପ୍ରାଣ ଯାଏ ଛୁଇଁ....


ମଞ୍ଜୁଲତା ସିଂ

ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍